ଶିଶୁ ଶ୍ରମମୁକ୍ତ ସଚେତତନତା ରଥର ଶୁଭାରମ୍ଭ


 ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜନ କରିବା ଦଣ୍ଡନୀୟ ଅପରାଧ। ୧୫ରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ଶଙ୍କୁଳ କାମ(ବୃତ୍ତି ଓ ପ୍ରକ୍ରିୟା)ରେ ନିୟୋଜନକୁ ବାରଣ। ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଯାଏଁ ଜୋରିମାନା ଦେବାକୁ ପଡ଼ିବ। କେବଳ ଜୋରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରଙ୍କୁ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜିତ କରିଥିଲେ ପ୍ରଥମ ଥର ପାଇଁ ଦୁଇ ବର୍ଷ ଯାଏ ଓ ଦ୍ଵିତୀୟ ଥର ଭୂଲ ସକାଶେ ତିନି ବର୍ଷ ଯାଏଁ କାରାଦଣ୍ଡ ହୋଇପାରିବ । ଏଭଳି ଏକ ଏକ ସଚେତନତା ବାର୍ତ୍ତା ନେଇ ଶିଶୁ ଶ୍ରମମୁକ୍ତ ଓଡ଼ିଶା - ଆମ ସଂକଳ୍ପ ହେଉ ବୋଲି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ ସଚେତନତା ରଥ ଶୁଭାରମ୍ଭ ଅବସରରେ କହିଛନ୍ତି। ଜିଲ୍ଲା କାର୍ଯ୍ୟାଳୟ ପରିସରରରୁ ବାହାରିଥିବା ଏହି ସଚେତନତା ରଥ ଜିଲ୍ଲାବ୍ୟାପୀ ପରିଭ୍ରମଣ କରି ଶିଶୁଶ୍ରମମୁକ୍ତ

ଜିଲ୍ଲା ଗଠନ ସକାଶେ ପ୍ରଚାର କରିବ । କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ,

ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ସଂଗୀତା ମେହେର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲଷ୍ମୀ ହୋତା,  ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ,ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done