ଲଇକେରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୪୫ଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୬ଟି ସାମୁହିକ ଓ ୩୯ଟି ବ୍ୟକ୍ତିଗତ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ତୁଳାବତୀ ମିଞ୍ଜ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିତ କୁମାର ନାୟକ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଏସଡିପିଓ ନିର୍ମଳ ଚନ୍ଦ୍ର ମହାପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଗୁଟ୍ଟା, ସହକାରୀ ଜିଲ୍ଲାପାଳ ହରେନ କୁମାର ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପାକେଲପଡା ସୋସାଇଟିରୁ ଠିକ ସମୟରେ ଧାନ ବିହନ ନ ମିଳିବା, ଭାତଲଇଡ଼ାରେ ଗ୍ରାମଦେବୀଙ୍କ ଜମି ପଟ୍ଟା ନ ମିଳିବା, ରେଙ୍ଗାଲବେଡା ଫଳ ବଗିଚା ପ୍ରକଳ୍ପ ଅଗ୍ରଗତି , ରାଉତବାହାଲ ଗ୍ରାମ ରାସ୍ତା,ଗାଧୁଆ ଘାଟ ଓ ସ୍କୁଲଘର ନିର୍ମାଣ, ଖଇରଡିହିରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ରାମଛିପିଡ଼ିହିରେ ସରକାରୀ ଜମି ଅବରୋଧ ପୂର୍ବକ ରାସ୍ତା ନିର୍ମାଣ ଆଦି ସାମୂହିକ ଅଭିଯୋଗ ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ, କୃଷିଋଣ , ଅନ୍ତଦୟ ଯୋଜନାରେ ଚାଉଳ ନମିଳିବା, ଚିକିତ୍ସା ପାଇଁ ଆର୍ଥିକ ସହାୟତା, ମୁଦ୍ରାଜୋର ଆଦର୍ଶ ବିଦ୍ୟାଳୟ ସମ୍ପୂର୍ଣ୍ଣ କରାଯିବା, ଋଣଛାଡ, ହାତିଆନାଳ ଡ୍ୟାମ ମରାମତିରେ ଦୁର୍ନୀତି ଓ ବଡ଼ଢୁରିଆମ ଗ୍ରାମରେ କୁଚିଆ ମଦ ଦୋକାନ ବନ୍ଦ ସଂକ୍ରାନ୍ତୀୟ ୩୯ଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଚିକିତ୍ସା ସହାୟତା ବାବଦକୁ ଜିଲ୍ଲା ରେଡ଼କର୍ସ ପାଣ୍ଠିରୁ ଜଣକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
0 Comments