ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ସେବନ ଓ ଅବୈଧ ଚାଲାଣ ବିରୋଧ ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ସଚେତନତା ସଭା , ଶପଥ ପାଠ, ଶୋଭାଯାତ୍ରା ଆଦି ଅନୁଷ୍ଠିତ ହୋଇଛି । ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ଏକ ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅମାତ ସମବେତ ପଦାଧିକାରୀ , ଛାତ୍ରଛାତ୍ରୀମାନଙ୍କୁ
ନିଶା ସେବନର କୁ-ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ
ଶପଥ ପାଠ କରାଇଥିଲେ ।
ନିଶା ସେବନ ଓ ଅବୈଧ ଚାଲାଣ ରୋକିବା ଦିଗରେ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଅବକାରୀ ଅଧିକ୍ଷକ ଦିଲ୍ଲୀପ କୁମାର ପଟେଲ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲଷ୍ମୀ ହୋତା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ପ୍ରମୁଖ ଦେଶ ପ୍ରଗତିରେ ଯୁବପୀଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ନିଶା ସେବନର କୁପରିଣାମ ସମ୍ପର୍କରେ ଆଲୋଚନା କରି କେବଳ ଆଇନ ଦ୍ୱାରା ନିଶା ଦ୍ରବ୍ୟ ଓ ମାଦକ ଦ୍ରବ୍ୟର ଚୋରା କାରବାର ବା ଅପବ୍ୟବହାର ରୋକି ହେବ ନାହିଁ ବୋଲି ମତ ଦେଇ ଏଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜନସାଧାରଣ ସଚେତନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ପିପୁଲସ ଫୋରମ, ଭିଜେଏସେଏସ୍ ଓ ଅର୍ଡର ଆଦି ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକରେ ନିଶାମୁକ୍ତି ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତା ପକ୍ଷରୁ ସୂଚନା ଦିଆଯାଇଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ନିଶାମୁକ୍ତ ହୋଇ ୩ଶହ ଜଣ ଘରକୁ ଫେରିଥିବାର ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଛ'ଜଣ ନିଜର ଅନ୍ନଭୁତି ରଖିଥିଲେ। ଶ୍ରୀମତୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
0 Comments