ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ପାଇଁ ଆଜି ଥିଲା ଶେଷ ଦିନ ।ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ସମେତ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ପ୍ରଚାର ର ଏହି ଶେଷ ଦିନରେ ତିନି ପ୍ରମୁଖ ଦଳ ବହୁତ୍ ଜୋରସୋର୍ ରେ ନିଜର ପ୍ରଚାର କରିଥିଲେ ।ଗତକାଲି ଜିଲ୍ଲାରେ ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ପ୍ରଚାର । ପ୍ରଚାର ମଇଦାନ କୁ ଓହ୍ଲାଇ ଥିଲେ ହେବିୱେଟ୍ ମନ୍ତ୍ରୀ । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ଆସି କୋଲାବିରା ଠାରେ ଏକ ଦଳୀୟ ସଭାରେ ଅଭିଭାଷଣ ଦେଇଥିବା ବେଳେ ସଂଧ୍ୟା ସମୟରେ ଏକ ରୋଡ ଶୋ କରି ଟଙ୍କଧର ତ୍ରିପାଠୀ ଙ୍କ ପାଇଁ ପ୍ରଚାର କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅଭିଭାଷଣ ସଭାରେ ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥାକୁ ନେଇ ନିଶାନା ସାଧିଥିଲେ । ଅନ୍ୟପଟେ ବିଜେଡି ପ୍ରାର୍ଥୀନୀ ଦିପାଳୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିଲେ । ଦିପାଳୀ ଜଣେ ଉଚ୍ଚ ଶିକ୍ଷିତା ସେ ଏହି ନିର୍ବାଚନ ରେ ବିଜୟୀ ହେଲେ ବିକାଶ ସୁନିଶ୍ଚିତ ବୋଲି କହିବା ସହିତ ସମସ୍ତେ ଦିପାଳୀଙ୍କ ପାଇଁ ଭୋଟ୍ ଅପିଲ କରିଥିଲେ । ତେବେ ନିର୍ବାଚନ ପ୍ରଚାର ଆରମ୍ଭ ହେବା ଦିନ ଠାରୁ ଏହି ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଅନେକ ପ୍ରକାରର ଘଟଣା ଦେଖିବାକୁ ମିଳିଥିଲା । ଦଳ ଦଳ ମଧ୍ୟରେ ଧସ୍ତାଧସ୍ତି ଠାରୁ ଆରମ୍ଭ କରି ଆରୋପ ପ୍ରତ୍ୟାରୋପ ପୁଣି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରେ ଅଭିଯୋଗ ମଧ୍ୟ ହୋଇଥିଲା । ଏମିତି ଥିଲା ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର । ତେବେ ତିନି ପ୍ରମୁଖ ଦଳ ସାମ, ଦାମ, ଦଣ୍ଡ ,ଭେଦ ଲଗେଇ ପ୍ରଚାର କରିଥିଲେ ଏବଂ ସମସ୍ତ ଦଳ ବିଶ୍ୱାସ ରଖିଛନ୍ତି ଯେ ଝାରସୁଗୁଡ଼ାବାସୀ ତାଙ୍କୁ ହିଁ ସମର୍ଥନ ଦେବେ ଏବଂ ଏହି ବିଧାୟକ ଆସନରେ ବସାଇବେ । ହେଲେ ଲୋକେ କାହାକୁ ନିଜର ପ୍ରତିନିଧି ଭାବରେ ଝାରସୁଗୁଡ଼ାରେ ଚାହୁଁଛନ୍ତି ତାହା ମେ ୧୩ ତାରିଖ ଭୋଟ ଗଣତି ସରିବା ପରେ ହିଁ ଜଣାପଡ଼ିବ । କିଏ ଜୀତିବ ଝାରସୁଗୁଡ଼ା ଆଉ ଝାରସୁଗୁଡ଼ାବାସି କାହାକୁ ନିଜର ବିଧାୟକ ରୂପେ ବାଛିବେ।
0 Comments