ବ୍ରଜରାଜନଗର OPM କଲୋନୀରେ ରହୁଥିବା ଇନ୍ଦ୍ରଜିତ ପାଶୱାନ ନାମକ ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ମାଲିକ ନିକଟରେ ଦୀର୍ଘ ୪ ବର୍ଷରୁ କାର୍ଯ୍ୟ କରି ଆସୁଥିଲେ । ଟ୍ରକ୍ ମାଲିକ୍ ଇନ୍ଦ୍ରଜିତ ଙ୍କୁ ନିୟମିତ ଓ ସଠିକ୍ ଦରମା ନଦେଇ ବିଭିନ୍ନ ସମୟରେ ହଇରାଣ କରି ନିର୍ଯ୍ୟାତନା ଦେଉଥିଲେ । ତେବେ ସୂଚନା ଅନୁସାରେ ଗତ ୧୬ ତାରିଖ ସକାଳ ସମୟରେ ମାଲିକ ବୀରେନ୍ଦ୍ର ଯାଦବ ଓ ତାଙ୍କ ସମ୍ପର୍କୀୟ ଦୀପକ ଯାଦବ ମିଶି ଡ୍ରାଇଭର ଇନ୍ଦ୍ରଜିତ ଙ୍କୁ କୋଇଲା ଖଣି ଅଞ୍ଚଳରେ କୋଇଲା ବୋଝେଇ କରିବା ପାଇଁ କହିଥିଲେ । ଏଥିରେ ବ୍ୟତିକ୍ରମ ହେବାରୁ ମାଲିକ ଓ ତାଙ୍କ ସମ୍ପର୍କୀୟମାନେ ପ୍ରବଳ ମାଡ଼ ମାରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ଦୀପକ ଓ ଆଶିଷ ଏକ ବାଇକରେ ଆଣି ତାଙ୍କ ଘର ବାହାରେ ଛାଡ଼ିଦେଇ ଚାଲିଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ସବିତା ଦେବୀ ଇନ୍ଦ୍ରଜିତ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍ କୁ ନେଇଥିଲେ । ସେଠାରେ ଇନ୍ଦ୍ରଜିତ ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଇନ୍ଦ୍ରଜିତଙ୍କ ସ୍ତ୍ରୀ ବ୍ରଜରାଜନଗର ଥାନାରେ ଏତେଲା ଦେଇଥିଲେ ।
0 Comments