ପ୍ରାଧୀକରଣ ସଚିବ ସୁଶ୍ରୀ ନେହା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପୌର ପରିଷଦ ର ସ୍ଵଚ୍ଛତା ବିଶେଷଜ୍ଞ ସୁଶ୍ରୀ ନବଦୀପ୍ତି ସାହୁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ସସ୍ମିତା ବିଶ୍ଵାଳ ଏବଂ ରିମାଣ୍ଡ ଓକିଲ ତଥା ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବୀ ଶ୍ରୀ ଦୟାନିଧି ଚାନ୍ଦ ଯୋଗଦେଇଥିଲେ। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ର ପାରା ଲିଗାଲ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଚିହ୍ନିତ ଅଣ ସଙ୍ଗଠିତ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଠିଣ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସାର୍ବଜନିକ ସେବା ସମ୍ପର୍କିତ ବିବାଦ ଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କିପରି ସ୍ଥାୟୀ ଲୋକ ଅଦାଳତ ମାଧ୍ୟମରେ ହୋଇପାରିବ ତାହା ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା।
0 Comments