ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ନିଜର ମତଦାନ ସାବ୍ୟସ୍ତ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ମତଦାନ କରିବା ପାଇଁ ପାଇଁ ପରିବାର ସହ ମତଦାନ କେନ୍ଦ୍ରରେ ପହଞ୍ଚି ଥିଲେ।ନିଜେ ମତଦାନ କରିବା ସହ ଜଣେ ସଚେତନ ନାଗରିକ ହିସାବରେ ସମସ୍ତେ ଆସି ମତଦାନ କରିବାକୁ ଅନୁରୋଧ କରିଛନ୍ତି।ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ , ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର୍ ୱାର୍ଡର ୭୦ ନମ୍ବର୍ ବୁଥରେ ଭୋଟ୍ ଦେଇଛନ୍ତି । ଏହି ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର୍ ମତଦାନ କରିବେ । ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା , କୋଲାବିରା, ଲଇକେରା ଓ କିର୍ମୀରା ବ୍ଲକରେ ମୋଟ ୨୫୩ ଟି ବୁଥ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ୍ ବୁଥ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଖରା ବଢୁଥିବାରୁ ସ୍କ୍ୱାସ୍ ପାଣି , ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି । ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟଲ ବ୍ୟାଲେଟ୍ ଯୋଗେ ଭୋଟ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟର ଙ୍କ ପାଇଁ ହ୍ୱିଲ ଚେୟାର ର ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ମୋଟ ୧୦୧୨ ଜଣ ପୋଲିଂ ଅଫିସର୍, ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର୍, ୧୦୪ ଜଣ ମହିଳା ପୋଲିଂ ଅଫିସର୍ ରହିଛନ୍ତି । ସମସ୍ତ ୨୫୩ ଟି ବୁଥ ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।
0 Comments