ଝାରସୁଗୁଡ଼ାରେ ୩ ଟି ଟ୍ରକ ଓ ଟ୍ରଲର୍ ଧକ୍କା, ଘଟଣାସ୍ଥଳରେ ୩ ଗାଡ଼ିରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୩ ଡ୍ରାଇଭର୍ ।


 ଝାରସୁଗୁଡ଼ାରେ ୩ ଟି ଟ୍ରକ ଓ ଟ୍ରଲର୍ ଧକ୍କା, ଘଟଣାସ୍ଥଳରେ ୩ ଗାଡ଼ିରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୩ ଡ୍ରାଇଭର୍ । ରାଜ୍ୟ ରେ ଦୁର୍ଘଟନାଜନିତ ଶୁନ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି ଏବଂ ଏହି ପରିସ୍ଥିତି ରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣାରେ ଜୀବନ ଯାଉଛି । ଏବେ ଝାରସୁଗୁଡ଼ା ରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ଆସିଛି । 49ନମ୍ବର୍ ଜାତୀୟ ରାଜପଥ ସଦର ଥାନ ସମ୍ମୁଖରେ ଦୁଇ ଟି ଟ୍ରଲର ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଛି । ଏଥିରେ ଫସି ରହିଥିବା ତିନି ଜଣ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରାତି ପ୍ରାୟ ଗୋଟାଏ ବେଳେ ବେଲପାହାଡ ପଟକୁ ଯାଉଥିବା ଏକ ଟ୍ରଲର ସହିତ ଆଉ ଏକ ଟ୍ରଲର ଏବଂ ହାଇୱା ମଧ୍ୟରେ ଧକ୍କା ହୋଇଥିଲା ଯାହାଫଳରେ ସବୁ ଗାଡ଼ି ରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରକ୍ ଭିତରେ ଫସି ରହିଥିବା ତିନି ଡ୍ରାଇଭର ସେଠାରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏହି ଡ୍ରାଇଭର ମାନେ ଜଣେ ଗାନ୍ଧୀଛକ ର ହୋଇଥିବା ବେଳେ ଜଣେ ତାଲଚେର ଏବଂ ଜଣେ ମଧ୍ୟପ୍ରଦେଶର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଯେହେତୁ ଏହି ଦୁର୍ଘଟଣା ଟି ରାସ୍ତା ମଧ୍ୟରେ ଘଟିଛି ସାଧାରଣ ଲୋକଙ୍କ ଯାତାୟାତ ବହୁ ପରିମାଣ ରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done