ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓକ୍ରିଷ୍ଣା ତିୱାରୀ ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ସକାଶେ ସାଧାରଣ ପର୍ଯ୍ୟବେକ୍ଷକ ଭାବରେ ଝାରସୁଗୁଡ଼ାରେ ପହଂଚିଛନ୍ତି। ଉପନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବରେ ପୂର୍ବରୁ ନିଯୁକ୍ତ ଡ.ଅହମ୍ମଦ ଇକବାଲଙ୍କ ସ୍ଥାନରେ ନିଯୁକ୍ତ ଶ୍ରୀ ତିୱାରୀ ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ତାର ତଦାରଖ କରିବେ। ପର୍ଯ୍ୟବେକ୍ଷକ ଶ୍ରୀ ତିୱାରୀ ବର୍ତ୍ତମାନ ଆମ ଜିଲ୍ଳାରେ ଅବସ୍ଥାନ କରୁଛନ୍ତି। ଯୋଗାଯୋଗ ପାଇଁ ସାଧାରଣ ପର୍ଯ୍ୟବେକ୍ଷକଙ୍କ ମୋବାଇଲ ନମ୍ବର ୮୮୯୫୮୩୨୯୬୭।
ଅଭିଯୋଗ ଥିଲେ କାର୍ଯ୍ୟ ଦିବସରେ ଦିବା ୧୦ଟାରୁ ୧୧.୩୦ମିନିଟ ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ପ୍ରଥମ ମହଲାରେ ଥିବା ପର୍ଯ୍ୟବେକ୍ଷକଙ୍କ ପ୍ରକୋଷ୍ଠରେ ସାକ୍ଷାତ କରାଯାଇପାରିବ। ପର୍ଯ୍ୟବେକ୍ଷକ ଝାରସୁଗୁଡ଼ାରେ ପହଂଚିବା ପରେ ଆଜି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ନିର୍ବାଚନୀ କାର୍ଯ୍ୟର ତଦାରଖ କରିଛନ୍ତି ।
0 Comments