ଝାରସୁଗୁଡ଼ା ବାର ଆସୋସିଏସନର ସଭାପତି ତଥା ବିଜେପିର ବରିଷ୍ଠ ନେତା ତ୍ରିନାଥ ଗୁଆଲ ବିଜେଡିରେ ମିଶିଲେ।


 ବିଜେପି ଛାଡି ବିଜେଡିରେ ମିଶିଲେ ତ୍ରିନାଥ ଗୁଆଲ । ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବି ବୋଲି କହିଲେ ଶ୍ରୀ ଗୁଆଲ । ଝାରସୁଗୁଡ଼ା ଜିଲ୍ଲାରେ ଚାଲିଛି ରାଜନୀତି ମହାସମର । ତା ସହିତ ଚାଲିଛି ଦଳଗତ ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ ଗୋଟିଏ ଦଳରୁ ଆଉ ଗୋଟେ ଦଳକୁ ଡ଼ିଆଁ ମାରୁଛନ୍ତି କର୍ମକର୍ତ୍ତା । ତେବେ ଝାରସୁଗୁଡ଼ା ବାର ଆସୋସିଏସନ୍ ର ସଭାପତି ତ୍ରିନାଥ ଗୁଆଲ ବିଜେପି ଛାଡି ବିଜେଡି ଦଳରେ ସାମିଲ୍ ହୋଇଛନ୍ତି । ତେବେ ଏଠି ଆମେ କହି ରଖୁଛୁ ତ୍ରିନାଥ ଗୁଆଲ ବିଜେପି ଦଳରେ ଯୋଗ ଦେବା ପୂର୍ବରୁ ବିଜେଡି ଦଳରେ ହିଁ ଥିଲେ । ଝାରସୁଗୁଡ଼ା ମ୍ୟୁନିସିପାଲିଟି ନିର୍ବାଚନରେ ସେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏବଂ ଏବେ ପୁଣି ଝାରସୁଗୁଡ଼ା ଉପ ନିର୍ବାଚନ ସମୟରେ ବିଜେପି ଦଳ ଛାଡ଼ି ବିଜେଡି ରେ ସାମିଲ୍ ହୋଇଛନ୍ତି । ତେବେ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିନାଥ ଗୁଆଲ ବିଜେଡି ରେ ପୁଣି ଯୋଗ ଦେଇଛନ୍ତି । ଦଳରେ ମିଶିବା ପରେ ସେ କହିଥିଲେ ବିଜେଡି ର ନୀତି ଓ ଆଦର୍ଶ ମତେ ଆକୃଷ୍ଟ କରିଛି । ବିଜେଡିରେ ଯୋଗ ଦେବା ଦିନଟି ମୋ ପାଇଁ ସୌଭାଗ୍ୟର ଦିନ । ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବି । ଦଳ ଯେଉଁ ଦାୟିତ୍ଵ ଦେବ ତାକୁ ଗ୍ରହଣ କରିବି ବୋଲି ତ୍ରିନାଥ ଗୁଆଲ କହିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଗୁଆଲ ଙ୍କୁ ସ୍ଵାଗତ କରିଥିଲେ । ଏହି ଅବସରରେ ଦେବୀ ମିଶ୍ର କହିଥିଲେ ଯେ ତ୍ରିନାଥ ଗୁଆଲ ଜଣେ ଦକ୍ଷ ନେତା ଏବଂ ସେ ଆଗରୁ ନିଜର ଦକ୍ଷତା ସାବ୍ୟସ୍ତ କରିସାରିଛନ୍ତି । ଆଗାମୀ ଦିନରେ ଆମ ଦଳକୁ ଏହାର ସୁଫଳ ମିଳିବ ବୋଲି ଦେବୀ ପ୍ରସାଦ କହିଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ , ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ଶାରଦା ନାୟକ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done