ଝାରସୁଗୁଡ଼ା ଉପନିର୍ବାଚନ: କିଏ ପାଇବ କଂଗ୍ରେସରୁ ଟିକେଟ?


 ଝାରସୁଗୁଡ଼ା ଉପ ନିର୍ବାଚନରେ କିଏ ହେବ  କଂଗ୍ରେସ ପ୍ରାର୍ଥୀ ? ରେସ ରେ ଅଛନ୍ତି ୬ ଜଣ ନେତା । କାହା ହାତ ଧରି ନିର୍ବାଚନ ର ବୈତରଣୀ ପାର ହେବ ହାତ ଦଳ ? ରାଜ୍ୟରେ ଆଉ ଏକ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ରାଜନୈତିକ ମହଲରେ ଏପରି କିଛି ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଶାସକ ଦଳ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ତେଣୁ ଏହି ଦୁଇ ପ୍ରମୁଖ ଦଳ ଉପ ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଝାରସୁଗୁଡ଼ା ଉପ ନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ନେତୃତ୍ୱ ରେ ଗଢା ହୋଇଥିବା ଏହି କମିଟି ଝାରସୁଗୁଡ଼ା ଗସ୍ତ କରି ଝାରସୁଗୁଡ଼ା ର ସ୍ଥିତି ପରଖି PPC ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ତେବେ ସନ୍ତୋଷ ସିଂ ସାଲୁଜାଙ୍କ କହିବା ଅନୁଯାୟୀ ଝାରସୁଗୁଡ଼ା ରେ ମୋଟ ୬ ଜଣ ପ୍ରାର୍ଥୀ କଂଗ୍ରେସ୍ ଟିକେଟ ପାଇବା ପାଇଁ ରେସରେ ଅଛନ୍ତି । ତେବେ ବିଜୟ ପ୍ରତିଶତ କୁ ଦେଖି ଦଳ ଉତ୍ତମ ପ୍ରାର୍ଥୀ କୁ ଟିକେଟ ଦେବ । ତେବେ ଆସନ୍ତା ଦୁଇ ତିନି ଦିନ ଭିତରେ କଂଗ୍ରେସ୍ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ୍ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ତେବେ ଭିତର ମହଲରୁ ଜାଣିବାକୁ ମିଳୁଛି ୪ ଜଣ ପ୍ରାର୍ଥୀ ଟିକେଟ ହାତେଇବାକୁ ପ୍ରବଳ ଦାବିଦାର ରହିଛନ୍ତି । ଏମାନଙ୍କ ଭିତରେ ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ୍ଦ୍ର ପାଣ୍ଡେ ଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ ସାଧାରଣ ନିର୍ବାଚନ ର ପ୍ରାର୍ଥୀ ମହେନ୍ଦ୍ର ନାଏକ ରହିଛନ୍ତି । ଅନ୍ୟପଟେ ଜିଲ୍ଲା କଂଗ୍ରେସ୍ ସଭାପତି ଅଶୋକ ମିଶ୍ର, ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ଵାଳ ମଧ୍ୟ ଝାରସୁଗୁଡ଼ା ଉପ ନିର୍ବାଚନରେ କଂଗ୍ରେସ ଟିକେଟ ହାତେଇବା ପାଇଁ ରେସରେ ଲାଗିଥିବା ସୂଚନା ମିଳିଛି । ତେବେ ଦେଖାଯାଉ ଏହି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କାହା ନାଁ ରେ ମୋହର ବାଜୁଛି । କିଛିଦିନ ତଳେ କଂଗ୍ରେସ ର PCC ସଭାପତି ଶରତ ପଟ୍ଟନାୟକ ନିଜେ ଝାରସୁଗୁଡ଼ା ଗସ୍ତ କରି କର୍ମକର୍ତ୍ତା ଙ୍କ ସହିତ ଭେଟହୋଇ ରଣନୀତି ପ୍ରସ୍ତୁତ କରିବା ସହ କାହାକୁ ପ୍ରାର୍ଥୀ କଲେ ଠିକ୍ ହେବ ସେନେଇ ମଧ୍ୟ ଆଲୋଚନା କରିଥିବା ଶୁଣିବାକୁ ମିଳୁଛି । ତା ସହିତ ଏଥର ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ମୁଦ୍ଦା କରି ଦଳ ନିର୍ବାଚନ ଲଢିବ ବୋଲି PCC ସଭାପତି ଶରତ ପଟ୍ଟନାୟକ କହିଥିଲେ । ତେବେ ଏହିସବୁ ଭିତରେ ହାତ ଦଳ କାହାକୁ ଦଳୀୟ ଟିକେଟ ଦେଉଛି? କାହା ହାତ ଧରି ନିର୍ବାଚନକୁ ଓହ୍ଲାଉଛି ତାହା ଦେଖିବା ବାକି ରହିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done