ରାଜ୍ୟରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ ଗତକାଲି ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସର ମିଳିତ ଗାଡ଼ି ଯାଞ୍ଚରେ ବିଭିନ୍ନ ଧାରା ଅନୁସାରେ ନିୟମ ଉଲଂଘନକାରୀଙ୍କ ନିକଟରୁ ୧୨ଲକ୍ଷ ୬୮ହଜାର ୫୦୦ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିବା ବେଳେ୨୦୯ ଟି ଚାଲାଣ କଟାଯାଇଛି। ବିନା ଲାଇସେନ୍ସ ପାଇଁ , ବିନା ହେଲମେଟ ପାଇଁ , ଅଧିକ ଗତିରେ ଚାରି ଚକିଆ , ଦୁଇ ଚକିଆ ଓ ଭାରିଯାନ ଚାଳନା ପାଇଁ , ଗାଡ଼ି ରେଜିଷ୍ଟ୍ରେସନ ନ ଥିବା , ଇନ୍ସୁରାନ୍ସ ପାଇଁ ,
ସିଟ ବେଲ୍ଟ ପିନ୍ଧି ନ ଥିବାରୁ, ରେଜିଷ୍ଟ୍ରେସନ ଓ ଫିଟନେସ ନ ଥିବାରୁ , ଶବ୍ଦ ଓ ବାୟୁ ପ୍ରଦୂଷଣ , ବିନା ପରମିଟରେ ଗାଡ଼ି ଚଳାଇବା ଓ ଏନଫୋର୍ସମେଣ୍ଟ ଅଥରିଟିଙ୍କ ନିର୍ଦ୍ଦେଶ ଅବମାନନା ଇତ୍ୟାଦି ନିୟମ ଉଲଂଘନ ସକାଶେ ଜୋରିମାନା ଆଦାୟ ସହ ଚାଲାଣ କଟାଯାଇଛି। ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଆସନ୍ତା ଏପ୍ରିଲ ସାତ ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଏହି ଯାଞ୍ଚ ଚାଲୁ ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଜଣାଇଛନ୍ତି।
0 Comments