ଡହ ଡହ ଖରାରେ ସିଝୁଛି ଝାରସୁଗୁଡ଼ା


 ରେକର୍ଡ ଭାଙ୍ଗିବ କି ଏ ବର୍ଷର ତାତି । ସାରା ଓଡ଼ିଶାରେ ଡହ ଡହ ଖରା । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ତାପମାତ୍ରା ବୃଦ୍ଧି ପରେ ଜୀବନ ଅସ୍ତବ୍ୟସ୍ତ । ପାଖାପାଖି ମାର୍ଚ୍ଚ ମାସ ଶେଷ ସୁଦ୍ଧା ଗ୍ରୀଷ୍ମ ପ୍ରବାହ ରାଜ୍ୟ କୁ ଛୁଇଁ ଥାଏ ଏବଂ ଏପ୍ରିଲ୍ ଆସୁ ଆସୁ ତାପମାତ୍ରା ବୃଦ୍ଧି । ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇସାରିଛି । ରାଜ୍ୟ ର ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କୁ ଛୁଇଁବା ଆରମ୍ଭ କରିସାରିଲାଣି । ତେବେ ଏପରି ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସ୍ଵାଭାବିକ । କାରଣ ବିଗତ ବର୍ଷ ଝାରସୁଗୁଡ଼ା ଜିଲ୍ଲା ସାରା ଦେଶରେ ତାପମାନ ବୃଦ୍ଧି ରେ ପ୍ରଥମ ସ୍ଥାନରେ ରହିଥିଲା । ଚଳିତ ବର୍ଷ ମଧ୍ୟେ ଖରା ର ପ୍ରଭାବ କିଛି କମ୍ ନୁହେଁ । ୪୦ ଡିଗ୍ରୀ କୁ ପାରା ଛୁଇଁ ସାରିଛି । ଡହ ଡହ ଖରା ରେ ଝାରସୁଗୁଡ଼ାବାସୀଙ୍କ ହାଲ୍ ବେହାଲ୍ ହେଲାଣି । ସକାଳ ଢଲୁଣୁ ଖରା ତାତି ବଢୁଛି । ତେବେ କାଲିଠୁ  ତାପମାତ୍ରା ବୃଦ୍ଧି ପାଇବ ସହିତ ଏହିଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ ତାପମାତ୍ରା ରେକର୍ଡ କରାଯାଇ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ସର୍ବାଧିକ ତାପମାତ୍ରା ଜିଲ୍ଲା ଭାବେ ରେକର୍ଡ କରାଯାଇଛି । ଖରା ପ୍ରଭାବ ଯୋଗୁଁ ଝାରସୁଗୁଡ଼ା ସହର ରେ ଦୋକାନ ବଜାର ୧୨ ଟା ପରେ ବନ୍ଦ୍ କରିଦିଆଯାଉଥିବା  ନଜରକୁ ଆସିଛି । ୧୨ ଟା ରୁ ତିନି ଟା ପର୍ଯ୍ୟନ୍ତ ଖରା ର ପ୍ରଭାବ ବଢ଼ିଥିବା ବେଳେ ସହରରେ ଜନଶୂନ୍ୟ ଦେଖାଦେଇଛି । ଜିଲ୍ଲାପ୍ରଶାସନ ମଧ୍ୟ ଖରାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିସାରିଥିବା ସୂଚନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done