ତରୁଣ ପାଣ୍ଡେ ହେଲେ କଂଗ୍ରେସର ଝାରସୁଗୁଡା ଉପ ନିର୍ବାଚନ ପ୍ରାର୍ଥୀ।


 ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ତରୁଣ ପାଣ୍ଡେ ଙ୍କ ନାଁ ରେ କଂଗ୍ରେସ ସଭାପତି ମାରିଲେ ମୋହର । ଅନେକ କଳ୍ପନାଜଳ୍ପନା ପରେ ଆଜି କଂଗ୍ରେସ୍ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି । ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତରୁଣ ପାଣ୍ଡେ ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତରୁଣ ପାଣ୍ଡେ ଆଗରୁ କଂଗ୍ରେସ ଦଳ ସହିତ ଜଡିତ ଅଛନ୍ତି । ତରୁଣ ପାଣ୍ଡେ ଙ୍କ ବାପା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ ମଧ୍ୟ କଂଗ୍ରେସ ଟିକଟ ରେ ଝାରସୁଗୁଡ଼ାରୁ ବିଧାୟକ ରହି ଆସିଛନ୍ତି । କଂଗ୍ରେସ ର ସଭାପତିଙ୍କ ଅନୁମୋଦନ କ୍ରମେ ତରୁଣଙ୍କୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହା ପୂର୍ବରୁ କଂଗ୍ରେସର ଏକ କମିଟି ଝାରସୁଗୁଡ଼ା ଗସ୍ତ କରିବା ସହ ପ୍ରାର୍ଥୀ ଚୟନ ନେଇ ସ୍ଥାନୀୟ ନେତୃବୃନ୍ଦ ଙ୍କ ସହ ଆଲୋଚନା କରିଥିଲେ । ଯାହାର ରିପୋର୍ଟ କଂଗ୍ରେସ୍ ସଭାପତି ଙ୍କ ପାଖକୁ ପଠାଯାଇଥିଲା । ଆଉ ରାଜ୍ୟ କମିଟି ଦେଇଥିବା ରିପୋର୍ଟ କୁ ଆଧାର କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ ତରୁଣ ପାଣ୍ଡେ ଙ୍କ ନାଁ ରେ ମୋହର ମାରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done