ବନ୍ଦେ ଉତ୍କଳ ଜନନୀ.........
ଆଜି ହେଉଛି ଉତ୍କଳ ଦିବସ । ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ କୁ ପୁରିଛି ୮୮ ବର୍ଷ । ଆଜି ସମସ୍ତେ ମିଶି ସେଇ ମହାମଣିଷଙ୍କ ସ୍ମୁତିଚାରଣ କରିବା ଯାହାଙ୍କ ପାଇଁ ଆଜି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଛି । ଆଜି ଉତ୍କଳ ଦିବସ ଓଡ଼ିଶା ର ଜନ୍ମ ଦିନ । ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ୮୭ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବର ଆୟୋଜନ କରାଯାଇଛି । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ଵତନ୍ତ୍ର ଓଡିଶା ଗଠିତ ହୋଇଥିଲା । ଉତ୍କଳ ସମ୍ମିଳନୀ ଗଠନ ପରେ ତିନି ଦଶନ୍ଧି ର ଆନ୍ଦୋଳନ ପରେ ଓଡ଼ିଶା କୁ ସ୍ଵତନ୍ତ୍ର ଓଡିଶା ପ୍ରଦେଶର ମାନ୍ୟତା ମିଳିଥିଲା । ଏହି ଆନ୍ଦୋଳନର ପୁରୋଧା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ , ବ୍ୟାସକବି ଫକୀରମୋହନ ସେନାପତି, ସ୍ଵଭାବକବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାଏ ପ୍ରମୁଖ ।
ଆଜି ଏହି ବରପୁତ୍ର ମାନଙ୍କର ସ୍ମୁତିଚାରଣ କରାଯାଉଛି । ଓଡ଼ିଶାବାସୀ ପାଳନ କରୁଛନ୍ତି ଉତ୍କଳ ଦିବସ । ଏହି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ବନ୍ଦେ ଉତ୍କଳ ଜନନୀ ଧ୍ଵନି ରେ ମୁଖରିତ ହୋଇ ପାଳୁଛି ଉତ୍କଳ ଦିବସ । ଜିଲ୍ଲା ର ବିଭିନ୍ନ ସ୍ଥାନରେ ସମସ୍ତେ ମିଶି ପାଳନ କରିଛନ୍ତି ଉତ୍କଳ ଦିବସ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଠୁଁ ଆରମ୍ଭ କରି ବେହେରାମାଲ କିସାନ ଛକ ପର୍ଯ୍ୟନ୍ତ ସବୁ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିରପୁତ୍ର ମାନଙ୍କୁ ସମୂହ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଗଙ୍ଗାଧର ମେହେର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ , ବସଷ୍ଟାଣ୍ଡ ସ୍ଥିତ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି, ଟାଉନ୍ ହଲ୍ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି, ବଡ଼ମାଳ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ସୁନାରିମୁଣ୍ଡା ସ୍ଥିତ Dr BR Ambedkar ପ୍ରତିମୂର୍ତ୍ତି , ବେହେରାପାଟ ପ୍ରସନ୍ନପଣ୍ଡା ଙ୍କ ପ୍ରତିମୂର୍ତ୍ତି ଏବଂ କିସାନ ଛକ ସ୍ଥିତ ଲାଲବାହାଦୂର୍ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଥିଲା । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଝାରସୁଗୁଡ଼ା OSAP ସେକେଣ୍ଡ ବାଟାଲିଏନ୍ ପଡିଆରେ ଝାରସୁଗୁଡ଼ା ପୋଲିସ୍ ପକ୍ଷରୁ ଏକ ପ୍ୟାରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପ୍ୟାରେଡ କାର୍ଯ୍ୟକ୍ରମ ସହିତ ଯେଉଁ ପୋଲିସ୍ କର୍ମଚାରୀ ମାନେ ନିଜ କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିଲେ ତାଙ୍କୁ ଏସପି ସମ୍ମାନିତ କରିଥିଲେ ।
0 Comments