କିର୍ମିରା ବ୍ଲକରେ ନାବାର୍ଡ ସହାୟତାରେ ୱାଡ଼ି ପ୍ରକଳ୍ପର ଶୁଭାରମ୍ଭ


 ନାବାର୍ଡ ସହାୟତାରେ କିର୍ମିରା ବ୍ଲକ ଅନ୍ତର୍ଗତ ସୁଲେହି ଗ୍ରାମ ପଂଚାୟତରେ  ଏସ୍ ଜି ୟୁ ପି ନାବାର୍ଡ ୱାଡ଼ି ପ୍ରକଳ୍ପ  ସକାଶେ ଭୂମି ପୂଜନ  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀଙ୍କ ଦ୍ଵାରା  ଦ୍ୱାରା ଅନୁଷ୍ଠିତ ହୋଇଛି।ପ୍ରକଳ୍ପର ଭୂମିପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶ୍ରୀ ମାଝୀ  ପ୍ରକଳ୍ପ ଦ୍ବାରା ବ୍ଲକର

ଆଦିବାସୀ ପରିବାର ଲାଭବାନ ହେବେ ବୋଲି ଉଲ୍ଲେଖ କରିଥିଲେ । ନାବାର୍ଡ ଡି ଡି ଏମ୍ ତାପସ କୁମାର ବେହେରା ପ୍ରକଳ୍ପର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କିର୍ମିରା ଗୋଷ୍ଠୀ  ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ବେହେରା,ଏଲ ଡି ଏମ୍ ସୁଧାଂଶୁ ଶେଖର ବେହେରା କିର୍ମିରା ବ୍ଲକର ତିନିଟି ପଂଚାୟତ ଆଠଟି ଗ୍ରାମ ଓ ପାଞ୍ଚ ଶହ ଆଦିବାସୀ ପରିବାର ପ୍ରକଳ୍ପ ଦ୍ବାରା ଲାଭବାନ ହୋଇପାରିବେ ବୋଲି ସୂଚାଇଥିଲେ। ପ୍ରକଳ୍ପର ସମୁଦାୟ ବ୍ୟୟ ଅଟକଳ ୫,୬,୩୯୭୩୧ଟଙ୍କା ହୋଇଥିବା ବେଳେ ନାବାର୍ଡ ତରଫରୁ ପ୍ରକଳ୍ପ ସକାଶେ ୩,୩୪,୯୯୭୧୩ଟଙ୍କା ମଞ୍ଜୁର କରାଯାଇଛି । 


ବିଭିନ୍ନ ସରକାରୀ ସଂସ୍ଥା ତରଫରୁ କନଭରଜେନ୍ସ ଜରିଆରେ ୫୨,୭୬,୨୭୮ଟଙ୍କା ଓ ବଳକା ୧,୧୮,୬୩୭୪୦ଟଙ୍କା ଚାଷୀଙ୍କ ଶ୍ରମଦାନ ଆକାରରେ ଖର୍ଚ୍ଚ ହେବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଇଆରସି ଗିରିଜା ଶଙ୍କର ବେହେରା, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସମୀର ରଞ୍ଜନ ଦାସ, ଡି ପି ଡି(ଆତ୍ମା) ଧୀରେନ୍ଦ୍ର ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ। ଏସ୍ ଜି ୟୁ ପି କର୍ମୀ

ଲମ୍ବୋଦର କୁଲୁ,ତରୁଣ ନାଏକ,ଭିକାରୀ ମାଝୀ,ବସନ୍ତ ଥୁମାପାଳ,ପୁରୁଷୋତ୍ତମ ଲୁହା,ଦୀପସା ମହାନ୍ତି,ପ୍ରତିଭା ସାମଲ,ଭିକାରି ମାକର ପ୍ରମୁଖ ପରିଚାଳନା କରିଥିଲେ।ସୁଲେହି ପଞ୍ଚାୟତ ସରପଞ୍ଚ ସଂଗୀତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done