କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।


 କିର୍ମିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ  ଆଜି ମୋଟ ୨୧ଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୨୦ଟି ବ୍ୟକ୍ତିଗତ ଓ ଗୋଟିଏ ସାମୁହିକ। ନକ୍ସାପାଲି ଗ୍ରାମର ମୁଖ୍ୟ ରାସ୍ତା ପ୍ରଶସ୍ତ କରାଯିବା ନେଇ ସାମୁହିକ ଅଭିଯୋଗ ଦାଖଲ କରାଯାଇଥିବା ବେଳେ ରାସନ କାର୍ଡ ଓ  ବିଧବା ଭତ୍ତା ପ୍ରଦାନ,  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ  ଗୃହ ଯୋଗାଣ , ଫସଲ ବୀମା ଯୋଜନା , ଶ୍ରମିକ ନିର୍ମାଣ ବୋର୍ଡ ଯୋଜନାରେ ମୃତ୍ୟୁକାଳୀନ ସହାୟତା ପ୍ରଦାନ, ଏନ୍ ଏମ୍ ଏମ୍ ଏସ୍ ଛାତ୍ରବୃତ୍ତି ପ୍ରଦାନ , ଜମି ବିବାଦ,ବିକଳାଙ୍ଗ  ଭତ୍ତା ଓ କୋଭିଡ ସେଣ୍ଟରରେ କାର୍ଯ୍ୟ ଜନିତ ପାଉଣା ଆଦି ବ୍ୟକ୍ତିଗତ ଅଭିଯୋଗ ସଂପର୍କରେ ଶୁଣାଣି କରାଯାଇଥିଲା। ଅଭିଯୋଗ ଗୁଡ଼ିକ ଅନୁଧ୍ୟାନ ପୂର୍ବକ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପରଷୋତ୍ତମ ଦାସ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତପିରାମ ମାଝୀ,ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ,ଡେପୁଟି କଲେକ୍ଟର ପ୍ରତିମା ପିଙ୍ଗ , ସହକାରୀ ଜିଲ୍ଲାପାଳ ହରେନ କୁମାର ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done