ବରତାପ ଗ୍ରାମରେ ଏକ ସଭା ଅନୁଷ୍ଠିତ


 ଆଜି ବରତାପ ଗ୍ରାମରେ ଥାନେସ୍ଵର ପ୍ରଧାନଙ୍କର ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା. ଲଖନପୁର ତହସିଲ କାର୍ଯ୍ଯାଳୟ ରୁ ଜାରୀ ଇତିହା ର ନମ୍ବର 841. ତା 27 02 23 ଅନୁସାରେ ବରତାପ ମୌଜାର ଖାତା ନମ୍ବର 101 ପ୍ଳଟ ନଂ 50 ରୁ 4.50 ଏକର ପରିମିତ ଜମି ଉପରେ ବେଦାନ୍ତ କାରଖାନା ରୁ ନିର୍ଗତ ପାଉଁଶ ପୋତିବା ସକାସେ ଝାରସୁଗୁଡ଼ା ଜିଲ୍ଲା କତୃପକ୍ଷ ଙ୍କ ରହିଥିବା ପ୍ରସ୍ତାବ ଉପରେ ବରତାପ ଗ୍ରାମ ବାସୀଙ୍କ ମତା ମତ ଲୋଡ଼ା ଯାଇଥିବା ଉପରେ ଉକ୍ତ ବୈଠକରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଗଲା କି କୌଣସି ମତେ ଉକ୍ତ ବର୍ଣ୍ଣିତ ଜମି ଉପରେ ବେଦାନ୍ତ ରୁ ନିର୍ଗତ ପାଉଁଶ ପକାଇବା ପାଇଁ ଅନୁମତି ଦିଆଯିବ ନାହିଁ. ଯେହେତୁ ସେଠାରେ ପାଉଁଶ ପାହାଡ଼ ସ୍ରୁଷ୍ଟି ହେବା ଫଳରେ ବନଜାରି ଜି. ପି. ର ଗ୍ରୀନ୍ ଡୋଲା. ବନ ଜାରି. ବରତାପ ଗ୍ରାମର ଜନ ସାଧାରଣ ପ୍ରତ୍ହକ୍ଷ ଭାବରେ ପ୍ରଭାବିତ ହେବେ. ବର୍ଷା ଦିନ ରେ ପାଉଁଶ ମିଶା ପାଣି ବନ୍ଧ୍ ପୋଖରୀ ଚାଷ ଜମିରେ ପାଉଁସ ମାଡ଼ି ଲୋକଙ୍କ ଧନ ଜୀବନ ନଷ୍ଟ ହେବ. ଖରା ଦିନ ରେ ପାଉଁସ ଉଡ଼ି ପରିବେଶ ନଷ୍ଟ କରିବ. ଉକ୍ତ ଗ୍ରାମ୍ ଠାରୁ 70 କି. ମି ଦୂରରୁ ଭୁରକା ମୁଣ୍ଡା ଗ୍ରାମରୁ ପାଉ ସ ପରିବହ ନ ପାଇ ବ୍ଯବହୃତ ଭାରିଯାନ ର ଅବାଧ ଯାତାୟତ ଫଳରେ ଗ୍ରାମାଞ୍ଚଳ ପାଇଁ ଉଦ୍ଧିଷ୍ଟ ରାସ୍ତା ସଡକ ଗୁଡିକର ଅବସ୍ଥା ଶୋଚନୀୟ ହେବା ସଙ୍ଗେ ସଙ୍ଗେ ଲୋକଙ୍କ ଯାତାୟତ ଉପରେ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ଘଟୁଛି.ଏଣୁ ଲୋକ ମାନେ ଆତଙ୍କିତ ହୋଇ ଆଜି ସଭା ରେ ଶପଥ ନେଲେ ଯେ ଜୀବନ ବରଂ ଦେବେ ଉକ୍ତ ଜମି ବେଦାନ୍ତ କୁ ଦେବେ ନାହିଁ.

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done