ଆନ୍ତର୍ଜାତିକ ମହିଳା ଦିବସ ପାଳନ।


 *ପ୍ରଗତିଶୀଳ ସମାଜ, ରାଜ୍ୟ ଓ ଦେଶ ଗଠନରେ ମହିଳାମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ।


* ସୁସ୍ଥ ସମାଜ ଗଠନ ପାଇଁ ମହିଳାମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ରହିଛି


* ପରିବାରର ସମୃଦ୍ଧିରେ ମହିଳାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ

  ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କ ଠାରୁ ପଛୁଆ ନୁହନ୍ତି, ପାଇଲଟ ଭାବରେ ଉଡ଼ାଯାହାଜ ଉଡାଣ ଠାରୁ ଆରମ୍ଭ କରି 

ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ମାଧ୍ୟମରେ ମହିଳାମାନଙ୍କ ଅର୍ଥନୈତିକ

ଅଭିବୃଦ୍ଧି ଦିଗରେ ବିଭିନ୍ନ ଯୋଜନାରେ ସହଯୋଗ ଓ ସହଭାଗିତା ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ

ଜିଲ୍ଲାପାଳ ଶ୍ରୀ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହିଳାମାନଙ୍କ ପାରଦର୍ଶିତାକୁ ଆଗକୁ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି 

ମହିଳାମାନଙ୍କୁ  ଶିକ୍ଷିତ କରାଇବା ଓ ଅର୍ଥନୀତି ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରାଇବା ଉପରେ ଗୁଋତ୍ୱାରୋପ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ,

ପ୍ରବନ୍ଧକ ନିର୍ଦ୍ଦେଶକ( ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହରୁନିଶା ବେଗମ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସେହାଡ଼ା ନିଦ୍ଦେଶିକା 

ଆନନ୍ଦିନୀ ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done