ଝାରସୁଗୁଡ଼ା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀମୂର୍ତ୍ତି ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଏହି କୁଶପୁତ୍ତଳିକା କରାଯାଇଥିଲା । ଗତକାଲି ବିଜେପି ଯୁବ ମୋର୍ଚ୍ଚା ଦ୍ଵାରା ଶାନ୍ତି ପୂର୍ଣ୍ଣ ଭାବରେ ବିଧାନସଭା ଗୃହ ସମ୍ମୁଖ ରେ ବିକ୍ଷୋଭ କରାଯାଇଥିଲା । ଏହି ବିକ୍ଷୋଭ ସମୟରେ ପୋଲିସ୍ ପ୍ରଶାସନ ପ୍ରାୟୋଜିତ ଭାବରେ ଗଣ୍ଡଗୋଳ ସୃଷ୍ଟିକରି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ସହିତ ବେଆଇନ୍ ଭାବରେ ଗିରଫ କରିଛି । ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବରେ ଶାସକ ଦଳ ବିଜେଡିର ଦଲାଲ ସାଜିଛି ବୋଲି ବିଜେପି ଦଳ ପକ୍ଷରୁ ଆରୋପ ଲଗାଯାଇଛି । ତେବେ ଏହି ଘଟଣାକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ଦୃଢ଼ ନିନ୍ଦା କରିଛି । ଏହା ସହିତ ଜିଲ୍ଲା ବିଜେପି ପକ୍ଷରୁ ବିଜେଡି ସରକାର ବିରୁଦ୍ଧରେ ଆଜି ଅପରାହ୍ନ ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ରାଜ୍ୟ ସରକାର କଣ ପାଇଁ ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଭଙ୍ଗକରି ଗଣ୍ଡଗୋଳର ପରିସ୍ଥିତି ସୃଷ୍ଟି କଲେ ଏବଂ କାହିଁକି ବିଜେପି କର୍ମକର୍ତ୍ତାଙ୍କୁ ବେଆଇନ୍ ଭାବରେ ଗିରଫ କଲେ ବୋଲି ଜିଲ୍ଲା ବିଜେପି ପ୍ରଶ୍ନ କରି ଏହି କୁଶପୁତ୍ତଳିକା ଦାହ କରିଥିଲା ।
0 Comments