ଆଜି ଲଖନପୁର ଲୋକ ମହୋତ୍ସବ ତିହାର ର ଦ୍ବିତୀୟ ଦିନରେ ଆୟୋଜିତ ସଭାର ଶୀର୍ଷକରେ ଲଖନପୁର ବ୍ଲକ ବିଭାଜନ ଓ ସବଡିଭିଜନ ସ୍ଥାପନ କରିବା ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି. ବରିଷ୍ଠ ନାଗରିକ ସମାଜସେବୀ ବିରଞ୍ଚି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବ୍ଲକ୍ ବିଭାଜନ ଓ ସବଡିଭିଜନ ସ୍ଥାପନ କାହିଁକି. ଏହି ଅବସରରେ ବୁଡି ଅଞ୍ଚଳ ସଂଗ୍ରାମ ସମିତି ର ସମ୍ପାଦକ ଶ୍ରୀ ଗୋପୀନାଥ ମାଝୀ. ଆବାହକ ପୀତାମ୍ବର ମିଶ୍ର. ରଘୁ ନନ୍ଦନ ପଣ୍ଡା. ପ୍ରଦୀପ ବିଶ୍ଵାଳ. ଦନା ର ଦ ନ ପଣ୍ଡା. ଜଗ ବନ୍ଧୁ ସା. ଅଶୋକ ସାହୁ. ମହୋତ୍ସବ ର ସମ୍ପାଦକ ମହିନ୍ଦ୍ର ସାଏ. ନରୋତ୍ତମ ପ୍ରଧାନ. ଏସଏଚଜି ଗ୍ରୁପ୍ ର ବହୁତ୍ ମହିଳା ଉପସ୍ଥିତ ରହି ବ୍ଲକ୍ ବିଭାଜନ ଓ ସବଡିଭିଜନ ସ୍ଥାପନ ଉପରେ ଆଲୋଚନା କରି ସେମାନଙ୍କ ସହମତି ପ୍ରଦାନ କରିଥିଲେ. ଶେଷରେ ବରିଷ୍ଠ ସାମ୍ବାଦିକ ବନବାସୀ ଗୌଡ ଧନ୍ଯବାଦ ଅର୍ପଣ କରିଥିଲେ. ମହୋତ୍ସବ ରେ ବ୍ଲକ ବିଭାଜନ ଭାଲିଆ ଏକ ସମ୍ବେଦନଶୀଳ ବିଷୟ କୁ ଆଲୋଚନା ରେ ସ୍ଥାନିତ କରି ଥିବାରୁ ସମସ୍ତ କର୍ମ କର୍ତ୍ତାମାନଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଛି.
0 Comments