ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲରେ ବରଯାତ୍ରୀ ଗାଡ଼ି ଖସିଯିବାରୁ 7 ଜଣଙ୍କ ମୃତ୍ୟୁ l


 ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡ଼ଧରା ଗାଁ ରୁ ସମ୍ବଲପୁର ଜିଲ୍ଲା କୁ ଯାଇଥିବା ବରଯାତ୍ରୀ ଗାଡ଼ି ଓଲଟି ଦୁର୍ଘଟଣା । ଏହି ଦୁର୍ଘଟଣା ଟି

ସମ୍ବଲପୁର ଶାସନ କେନାଲ ନିକଟରେ ଘଟିଛି । ବରଯାତ୍ରୀ ବୋଲେରୋ ଓଲଟି ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଗୁରୁତର ହୋଇଛନ୍ତି ଏବଂ ଜଣେ ନିଖୋଜ ଅଛନ୍ତି । ସମ୍ବଲପୁର ଶାସନ କେନାଲ ରେ ବରଯାତ୍ରୀ ଗାଡ଼ି ଖସି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ଜୀବନ ଚାଲିଯାଇଛି ଏବଂ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ହେଉଛନ୍ତି ଅଜିତ ଖମାରୀ, ଦିବ୍ୟ ଲୁହା, ସରୋଜ ସେଟ୍ , ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୁଇଆଁ ଓ ଶତ୍ରୁଘ୍ନ ଭୋଇ । ଗୁରୁତର ଆହତ ମାନଙ୍କୁ ହସ୍ପିଟାଲ୍ ରେ ଭର୍ତି କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଥିବା ଜଣାପଡିଛି । ତେବେ ଗାଡ଼ିରେ ଥିବା ଆଉ ଜଣେ ଯାତ୍ରୀଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ପତ୍ତା ମିଲୁନାହିଁ । ତେବେ ଝାରସୁଗୁଡ଼ା ଜିଲ୍ଲା ବଡ଼ଧରା ଗାଁ ରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳକୁ ବରଯାତ୍ରୀ ଦଳ ଯାଇଥିବା ବେଳେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୭ ଜଣଙ୍କ ଅକାଳ ବିୟୋଗ ଘଟିଛି । ଶାସନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶାସନ କେନାଲରୁ ବୋଲେରୋ କୁ ଉଦ୍ଧାର କରି ଅଧିକ ତଦନ୍ତ କରାଯାଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done