କୋଲାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିିତ।


 କୋଲାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ  ଆଜି ମୋଟ ୩୧ଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ୯ଟି ସାମୁହିକ ଓ ୨୨ଟି ବ୍ୟକ୍ତିଗତ। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରଷୋତ୍ତମ ଦାସ,ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ମୁଖ୍ୟ ଚିକିତ୍ସା  ଅଧିକାରୀ ଡାକ୍ତର ରାଧାରମଣ ବିର୍ତ୍ତିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ପଣ୍ଡା, ଡେପୁଟି କଲେକ୍ଟର ପ୍ରତିମା ପିଙ୍ଗ, ଆସିଷ୍ଟାଣ୍ଟ କଲେକ୍ଟର କିଶୋର କୁମାର ସାହୁଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ।ମାନେ ଉପସ୍ଥିତ ଥିଲେ। ଶିବିରରେ କରଡ଼ିଆ କଟାରୁ ଜାତୀୟ ରାଜପଥ ୪୯କୁ ସଂଯୋଗ କରୁଥିବା ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ନକ୍ସାପାଲି ଓ ବଡମାଲ ପାକ୍ସରେ ଧାନ ବିକ୍ରୀ, କୋଲାବିରା ପଞ୍ଚାୟତରେ ଲାଗିଥିବା ସୋଲାର ଲାଇଟର ରକ୍ଷଣାବେକ୍ଷଣ, ଝିର୍ଲ୍ଲାପାଲି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବା,   ଆଇଡିଏଲ୍ ପ୍ଲାଣ୍ଟ ସକାଶେ ହେଉଥିବା ପ୍ରଦୂଷଣ ଆଦି ସାମୁହିକ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ଼, ଭିନ୍ନକ୍ଷମଙ୍କୁ ମୋଟର ଚାଳିତ ଯାନ ପ୍ରଦାନ, ଜମିଜମା ବିବାଦ ଓ ଭୂଲେଖ ଆପ୍ ରେ ପଟ୍ଟା ଅପଡେଟ ସମ୍ପର୍କିତ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା ।ଅଭିଯୋଗ ଉପରେ ଶୁଣାଣି କରାଯାଇ ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done