ଝାରସୁଗୁଡ଼ା ଜିଲ୍ଲାରେ କନ୍ୟା ଭ୍ରୂଣ ହତ୍ୟାକୁ ନିଷେଧ କରିବା ସହ ଲିଙ୍ଗ ଚୟନ ପ୍ରତିଷେଧ ଅଧିନିୟମ ୧୯୯୪ କଡ଼ାକଡ଼ି ଭାବରେ ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପି.ସି.ପି .ଏନ. ଡି. ଟି ଜିଲ୍ଲା ଉପଦେଷ୍ଟା କମିଟି ସଭାରେ
ଆଇନକୁ କଡାକଡି ଭାବରେ ପ୍ରୟୋଗ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ଅଲଟ୍ରାସାଉଣ୍ଡ ହେଉଥିବା ୟୁନିଟଗୁଡିକ ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାରେ ଥିବା ଅଲ୍ଟ୍ରା ସାଉଣ୍ଡ ୟୁନିଟଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବୈଠକରେ ପିସି.ପି.ଏନ୍. ଡି. ଟି ଆଇନ ଅନୁଯାୟୀ ଅଲ୍ଟ୍ରାସାଉଣ୍ଡ ୟୁନିଟଗୁଡିକର ପଞ୍ଜିକରଣ ଓ ନବୀକରଣ ଆବେଦନ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ପି.ସି. ପି. ଏନ୍. ଡି. ଟି କେସ ପରିଚାଳନା ତ୍ଵରାନ୍ବିତ କରିବା , ଜିଲ୍ଲାର ଯେଉଁ ସ୍ଥାନରେ ଲିଙ୍ଗ ଅନୁପାତ କମ ଅଛି ସେହି ସ୍ଥାନରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥିବା ଅଭିଯୋଗ ବାକ୍ସ ଓ ଦେଓମୁକ୍ତ ନମ୍ବର ଜରିଆରେ ସୂଚନା ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଛି।
ଝିଅମାନଙ୍କ ଅଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ଆଗକୁ ଆଗେଇ ଆସିବା ସହ ଲିଙ୍ଗ ନିରୂପଣରେ ସମ୍ପୃକ୍ତ ଦୋଷୀ ବ୍ୟକ୍ତିଙ୍କୁ ଦଣ୍ଡ ଦେବାରେ ସହାୟତା କରିବା ଦିଗରେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଲିଙ୍ଗ ନିରୂପଣ ସମ୍ପର୍କିତ ମାମଲା ପରିଚାଳନା କରୁଥିବା ଏପିପି ମୋନାଲିସା ମିଞ୍ଜଙ୍କ ପ୍ରଶଂସା ମଧ୍ୟ କରିଥିଲେ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଡାକ୍ତର ସୁପ୍ରଭା ବାରିକ, ଡାକ୍ତର ମହେଶ ମୋହନ ପଣ୍ଡା,ଡାକ୍ତର ହୃଷିକେଶ ଶତପଥୀ,ଡାକ୍ତର ବିଭୁଦତ୍ତ ମହାନ୍ତି, ସମାଜସେବୀ ରେଣୁ ତିୱାରି , ଗୋବର୍ଦ୍ଧନ ମହାନନ୍ଦ ଓ ଗୌତମ ବେହେରା ପ୍ରମୁଖ ଉପସ୍ଥିତଥିଲେ।
0 Comments