ସରବାହାଲ ଠାରେ ଅନୁଷ୍ଠିତ ଜିଲ୍ଲା ମହୋତ୍ସବ ଦୁଲଦୁଲି ଉଦଯାପିତ।


 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର କଳା ସଂସ୍କୃତି ବିଶ୍ଵ ଦରବାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଳା ସଂସ୍କୃତି ପରମ୍ପରାକୁ ନେଇ ସମୃଦ୍ଧ ଝାରସୁଗୁଡ଼ାରେ ଜିଲ୍ଲା ମହୋତ୍ସବ ଦୁଲଦୁଲି ଏକ ନିଆରା ପରିଚୟ ସୃଷ୍ଟି କରିଛି ଜନମାନସରେ । ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ମାଧ୍ୟମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର କଳାକାର ମାନଙ୍କ ଭାବ ବିନିମୟ କଳା ସଂସ୍କୃତି କୁ ଆଗେଇ ନେବାରେ ସହାୟକ ହେବ । ଜିଲ୍ଲା ମହୋତ୍ସବ ଦୁଲଦୁଲି ଯେ କେବଳ କଳାକାର ନୁହେଁ ବରଂ ଚାଷୀ ମାନଙ୍କ ସମୃଦ୍ଧି ପାଇଁ ମଧ୍ୟ ସହାୟକ ହୋଇପାରିଛି । ଦୁଲଦୁଲି ମହୋତ୍ସବରେ ପଲ୍ଲୀଶ୍ରୀ ମେଳାର ଆୟୋଜନ ହୋଇଥିଲା ଯାହା ମାଧ୍ୟମରେ କେବଳ ଜିଲ୍ଲାର ନୁହେଁ ଆମ ରାଜ୍ୟ ତଥା ରାଜ୍ୟ ବାହାରର କୁଶଳୀ କାରୀଗରଙ୍କ କୁଟୀର ଶିଳ୍ପଜାତ ଦ୍ରବ୍ୟର ପ୍ରଦର୍ଶନ ମହୋତ୍ସବକୁ ସରସ ସୁନ୍ଦର କରିଥିଲା । ବର୍ଷକ ଠାରେ ଏହି ଜିଲ୍ଲା ମହୋତ୍ସବର ଆୟୋଜନ କରାଯାଇ ଥାଏ ଯେଉଁ ଥିଲେ ଜିଲ୍ଲା ର କଳା ସଂସ୍କୃତି ଠାରୁ ଆରମ୍ଭ କରି କୃଷି ସମସ୍ତ ଜିନିଷର ପ୍ରଦର୍ଶନୀ ହୋଇଥାଏ ଏହି ମହୋତ୍ସବରେ । ଲୋକ ସମାଗମ ରହିଥିଲା ଏଥିରେ । ପାଞ୍ଚଦିନ ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ।

ସମସ୍ତ ଦିନରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥି ଭାବରେ ଯୋଗ ଦେଇ ମହୋତ୍ସବର ଶୋଭା ବଢାଇ ଥିଲେ । ଜିଲ୍ଲା ମହୋତ୍ସବ କୁ କଳା ସଂସ୍କୃତି ପ୍ରେମୀ ଝାରସୁଗୁଡ଼ାବାସୀଙ୍କ ପ୍ରଚୁର ଭଲ ପାଇବା ମିଳିଥିଲା । ଏହି ମହୋତ୍ସବରେ ରାଜ୍ୟ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗ ଯୋଗ ଦେଇ ଚାଙ୍ଗୁ ନୃତ୍ୟ ପରିବେଷଣ କରି ବିଭିନ୍ନ ବାଦ୍ୟ ବାଦନ କରି ସମସ୍ତଙ୍କ ମନକୁ ମୋହି ଥିଲେ । ଦେଶର କୋଣ ଅନୁକୋଣର କଳା ସଂସ୍କୃତି କୁ ନୃତ୍ୟ ମାଧ୍ୟମରେ ଏହି ଦୁଲଦୁଲି ମଞ୍ଚରେ ପ୍ରଦର୍ଶନ କରାଯାଇଥିଲା । ମହୋତ୍ସବର ପଞ୍ଚମ ତଥା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଯୋଗ ଦେଇଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚାଇଲ୍ଡ ଲାଇନ୍ ର ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ସ୍ବାଗତ ଓ ତାପସ ରାଏ ଚୌଧୁରୀ ଧନ୍ୟବାଦ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done