କୋଲାବିରା ଡ଼ିଗ୍ରୀ କଲେଜରେ ଆଜି ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି l ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ Dr .ନରେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ କଲେଜର ଅଧ୍ୟକ୍ଷ ସୁଶୀଲ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ସ୍ବେଛାସେବୀକୁ ନିଜେ ଭଲ କାମ କରି ସର୍ବଶ୍ରେସ୍ଟ ମଣିଷ ଭାବେ ଗଢି ତୋଳିବାକୁ ମାର୍ଗଦର୍ଶନ କରିଥିଲେ l ସେବା ଯୋଜନାର ପୌଷ୍ୟ ଗ୍ରାମ *ସନ୍ନ୍ୟାସୀ ପାଳି* ଠାରେ ୭ ଦିନ ଧରି ହେବାକୁ ଥିବା ଏହି ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି l ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ Dr .ନରେଶ କୁମାର ସାହୁ ସେବା ଯୋଜନାର ସଂପର୍କରେ ସ୍ବେଚ୍ଛାସେବୀଙ୍କୁ ସୂଚନା ଦେଇଥିବାବେଳେ ସ୍ବେଛାସେବୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ,ନିଶା ନିବାରଣ  ସଚେତନତା , ଦୁର୍ନୀତି ଜନିତ ସଚେତନତା ,ବାଲ୍ୟ ବିବାହ ଜନିତ କୁପରିମାଣ ସଚେତନତା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ନିଆଯାଇଛି l ଏହି କାର୍ଯ୍ୟକ୍ରମରେ କଲେଜ ଯୁବ ରେଡ଼କ୍ରସର ସଂଯୋଜକ ସରୋଜ ପଟେଲ ଅଧ୍ୟାପକ,ଅଧ୍ୟାପିକା ରୋହିତ ଖରସେଲ ,ସରିତା ବେହେରା ,ସସ୍ମିତା ବେହେରା ,ଋତୁପୂର୍ଣ୍ଣା ଧୁରୁଆ,ନମିତା ପଟେଲ ,ସୁମନ୍ତ ପଟେଲ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done