ଆଦିବାସୀ ମାନେ ଷଢଯନ୍ତ୍ରର ଶିକାର ୧୬୨ତମ ଆତ୍ମୋସ୍ବର୍ଗ ଦିବସ ପାଳିତ ୮ଦଫା ଦାବି ପତ୍ର ପ୍ରଦାନ


 ଝାରସୁଗୁଡା ସମ୍ମିଳିତ ଆଦିବାସୀ ସମାଜ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଓ ସହୀଦ କରୁଣାକର ସିଂହ ନାଏକ ଖଗ ନାଏକ ଓ କହ୍ନେଇ ନାଏକ ସ୍ମୃତି ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ୧୬୨ ତମ ଆତ୍ମୋତ୍ସର୍ଗ ଦିବସ ପାଳନ ହୋଇଯାଇଛି। ସମ୍ମିଳିତ ଆଦିବାସୀ ସମାଜକୁ ଜିଲ୍ଲା ପ୍ରଶାସନ କୋଳାବିରା ଗଢରେ କରୁଣାକର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପାରମ୍ପରିକ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ସେହି ସମୟରେ ଆଉ ଗୋଟିଏ ଅନୁଷ୍ଠାନକୁ ମଧ୍ୟ ଅନୁମତି ମିଲିଥିଲା। ଏଥିରୁ ଯାହା ଜଣାପଡୁଛି ଆଦିବାସୀ ମାନଙ୍କର ସ୍ବାଭିମାନ ଏବଂ ତାଙ୍କର ହକ ଅଧିକାରରୁ ବଞ୍ଚିତ କରିବା ପାଇଁ ପ୍ରଶାସନ ସିଧାସଳଖ ଷଢଯନ୍ତ୍ର ଚଲେଇଛନ୍ତି। ଏହାକୁ ତର୍ଜମା କରି ଷଢଯନ୍ତ୍ର କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦିବାସୀ ସମାଜ ଦାବି କରିଛି। ଆତ୍ମୋତ୍ସର୍ଗ ଦିବସ ପାଳନ ଅବସରରେ ସଂଗଠନର ତୃତୀୟ ବିଜୟ ଯାତ୍ରା ମହା ଜାଗଜମକରେ କୋଳାବିରା ଗଢରୁ ବାହାରି କରୁଣାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କୋଳାବିରା ବ୍ଲକରେ ପହଞ୍ଚି ବିଡ଼ିଓଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରମୁଖ ଦାବି ମଧ୍ୟରୁ ୨୦୧୮ ମସିହାରେ ଆତ୍ମୋତ୍ସର୍ଗ ଦିବସରେ ଉପସ୍ଥିତ ରହି ଦେଇଥିବା ପ୍ରତିଶୃତି ବୀର କରୁଣାକର ସିଂହ ନାଏକ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କୁ ସହୀଦ ମାନ୍ୟତା,ଗଢର ସୁରକ୍ଷା ଓ ସ୍ମୃତି ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଶିଘ୍ର ପ୍ରଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ କରନ୍ତୁ। ଦେଶରେ ପେଶା ଆଇନ ଲାଗୁ ପାଇଁ ରଜତ ଉତ୍ସବ ପାଳନ କରୁଥିବା ବେଳେ ଓଡ଼ିଶାରେ ପେଶା ଆଇନ ଲାଗୁ ନକରି ଆଦିବାସୀ ମାନଙ୍କୁ ପ୍ରତାରଣା କରାଯାଉଛି। ଆଦିବାସୀ ବହୁଳ କୋଳାବିରା ବ୍ଲକର ଜନସଂଖ୍ୟା ସର୍ଭେ ପାଇଁ କେନ୍ଦ୍ର ସରକାର ଅକ୍ଟୋବର ୨୦୨୧ରୁ ପତ୍ର ଲେଖିଥିବା ବେଳେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ଆଦିବାସୀ ମାନଙ୍କ ପ୍ରତି ବିରାଟ ପ୍ରତାରଣା। କୋଳାବିରା ବ୍ଲକର ପୁଖରାସାହ୍ଲେ ପଞ୍ଚାୟତରେ ଚଞ୍ଚକତା କରି ଜିଲ୍ଲା ପ୍ରଶାସନବହୁ ଗୁଡିଏ ଆଦିବାସୀ ଜମି ସାଧାରଣ ବର୍ଗଙ୍କୁ ଗଳାବାଟରେ ହସ୍ତାନ୍ତର କରାଯାଇଛି। ପ୍ରତକ୍ଷ ଭାବରେ ଏବେ ଆଦିବାସୀ ଆବାସିକ ମାନଙ୍କ ଭିତରେ ୨ ଏକର ଜମି କିଣା ବିକା ପରେ ତାକୁ ଜଣେ ସାଧାରଣ ବର୍ଗର ଶ୍ରୀକାନ୍ତ ମହାନ୍ତିକୁ ବିକିବା ପାଇଁ ଉପ ଜିଲ୍ଲାପାଳ ପାଖରେ ଅନୁମତି ମାଗିଥିଲେ। କିନ୍ତୁ ଧର୍ମେନ୍ଦ୍ର କିସାନ ନାମକ ଆଦିବାସୀ ବ୍ୟକ୍ତି ସମ୍ପୃକ୍ତ୍ ଜମିକୁ କିଣିବା ପାଇଁ ଉପ ଜିଲ୍ଲାପାଳ ପାଖରେ ଦରଖାସ୍ତ କରିବାରୁ ଅନୁମତି ଦେବା କେଶଟି ଖାରଜ ହୋଇଯାଇଛି।

ଏହା ଆଦିବାସୀ ମାନଙ୍କୁ ଜମିହୀନ କରିବା ପାଇଁ ପ୍ରଶାସନର ଷଢଯନ୍ତ୍ର ଚାଲିଛି। ସମ୍ମିଳିତ ଆଦିବାସୀ ସମାଜ ଦାବି ଜଣାଉଛି ଯେ କୌଣସି ଆଦିବାସୀ ଜମି ସାଧାରଣ ବର୍ଗକୁ କିଣାବିକା କରିବା ପାଇଁ ଅନୁମତି ଦେବା ପୂର୍ବରୁ ତିନିରୁ ଉର୍ଦ୍ଧ ପ୍ରେସ୍ ମିଡ଼ିଆ ଓ ଗଣ ମାଧ୍ୟମରେ ଦିଆଯାଉ ତାସହିତ ସମ୍ମିଳିତ ଆଦିବାସୀ ସମାଜର ଗୋଚରାର୍ଥେ ଏକ କପି ପଠାଯାଉ। ଚତୁର୍ଥ ବିଜୟ ଯାତ୍ରା ଉତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ କିର୍ମିରାରେ ପାଳିତ ହେବ ବୋଲି ସଂଗଠନର ମୂଖ୍ୟ ଉପଦେଷ୍ଟା ତଥା ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି। ଏହି ବିଜୟ ଯାତ୍ରାରେ ପୂର୍ବତନ ବିଧାୟକ ତଥା ଉପଦେଷ୍ଟା ବୃନ୍ଦାବନ ମାଝୀ, ସାସ୍ ସଭାପତି ମାଧବ ସିଂହ ନାଏକ, ପ୍ରମୁଖ ସଚିବ ଅଶୋକ କୁମାର ମାଝୀ, ଗୋଁଣ୍ଡ ସମାଜ ଜିଲ୍ଲା ସଭାପତି ଡମ୍ବରୁଧର ନାଏକ, ଉପଦେଷ୍ଟା ପ୍ରଭାକର ଓରାମ, ମହାସଚିବ ବିନୋଦ ବିହାରୀ ବାଗ, ଜମିଦାର ରୁଦ୍ରପ୍ରତାପ ସିଂହ, ମନ୍ମଥ ନାରାୟଣ ସିଂହ, ଧର୍ମରାଜ ସିଂହ, ଅମୃତ ସିଂହ, ପୂର୍ବତନ ସଭାପତି ବୁନ୍ଦେ ଧୁରୁଆ, ଉପସଭାପତି ବୀର ଧୁରୁଆ, ବାସୁଦେବ ଧୁରୁଆ, ଧର୍ମେନ୍ଦ୍ର କିସାନ, ରାଜେଶ ନେଟୀ, ପବିତ୍ର ମୋହନ ନାଏକ, ଚନ୍ଦ୍ରକାନ୍ତ ମାଝୀ, ତ୍ରିଲୋଚନ ଡନସନା, ଉଦ୍ଧବ ପ୍ରଧାନ, ଶୁଭାକର ମାଝୀ, ଶଙ୍କର ମରେଇ, କୁମୋଦିନୀ କୁଅଁର, ପଙ୍କଜିନୀ ସମର୍ଥା, ସୁକାନ୍ତି କିସାନ,ବିନୋଦିନୀ କିସାନ, ପଦ୍ମା କିସାନ, ସହଦେଵ ବାଗ, ଦେବାର୍ଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done