ଝାରସୁଗୁଡ଼ା ମତ୍ସ୍ୟ ବିଭାଗ ତରଫରୁ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଠାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଝାରସୁଗୁଡ଼ା ଜିଲ୍ଲା ରେ କିପରି ମତ୍ସ୍ୟ ଉତ୍ପାଦନ କୁ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲା ମତ୍ସ୍ୟ ଅଧିକାରୀ K.C ଦାସ ଯୋଗ ଦେଇ ୮୦ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଋଣ ଓ ସାମଗ୍ରୀ ପ୍ରଦାନ କରିଥିଲା । ଏହି ଉତ୍ସବରେ ମତ୍ସ୍ୟ ପୋଖରୀ ଯୋଜନା, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ବାରା ମାଛ ଚାଷ, ବାୟୋଫଲ୍କ ପ୍ରଣାଳୀ , ମେଧାବୀ ଛାତ୍ରବୃତ୍ତି , ମତ୍ସ୍ୟ କିଷାନ୍ କ୍ରେଡିଟ୍ କାର୍ଡ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବ ରେ କେ ଭି କେ ବୈଜ୍ଞାନିକ ଡା. ସମୀର ରଞ୍ଜନ ଦାସ, ଏଲ୍.ଡି.ଏମ ଶ୍ରୀ ସୁଧାଂଶୁ ଶେଖର ସାହୁ , CDAO ଶ୍ରୀ ବଲବିର ସିଂ , DFO କୁଟିଲ ଚନ୍ଦ୍ର ଦାସ , ଏବଂ ସମସ୍ତ ବ୍ଲକ୍ ସ୍ଥରୀୟ ଅଧିକାରୀ ଓ ଝାରସୁଗୁଡ଼ା ମତ୍ସ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ କିର୍ମିରା, ଲଖନପୁର, ଝାରସୁଗୁଡ଼ା ବ୍ଲକ ର ମତ୍ସ୍ୟ ଚାଷୀ ମାନଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା ।
0 Comments