ଦିପାବଳୀ ପାଇଁ ଝାରସୁଗୁଡ଼ା ସହର ଉତ୍ସବ ମୁଖର। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳ ଦିପାବଳୀ ପାଇଁ ଉତ୍ସବ ମୁଖର ହୋଇଉଠିଛି। ଏଥିପାଇଁ ସହରରେ ପ୍ରସ୍ତୁତି ପର୍ବ ଜାରି ରହିଥିବାବେଳେ ଆଉ ଗୋଟିଏ ଦିନ ପରେ ଦିପାବଳୀ ପାଳନ କରାଯିବ ।ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଦିପାବଳୀ ଫିକା ପଡିଥିବାବେଳେ ଏଥର ଲୋକଙ୍କ ମନରେ ଉସାହ ଦେଖିବାକୁ ମିଳୁଛି।ସହରର ବସଷ୍ଟାଣ୍ଡ ଛକ ,ବିଟିଏମ, ଝଣ୍ଡାଛକ, ସରଵାହାଲ ରାସ୍ତା ଦୁଇ ପାର୍ଶ୍ଵରେ ଲୋକେ ଅସ୍ଥାୟୀ ଦୋକାନ ଖୋଲି ପୂଜା ସାମଗ୍ରୀ ସମେତ ଦିପାବଳୀ ରେ ଲାଗୁଥିବା ସାମଗ୍ରୀ ବିକ୍ରୀ କରୁଥିବାବେଳେ ଆଜି ଠାରୁ ଲୋକଙ୍କ ଭିଡ଼ ଦେଖୀଵାକୁ ମିଳୁଛି । ଅନ୍ୟପଟେ ଧନତେରସ ଥିବାବେଳେ ସହରର ବିଭିନ୍ନ ଅଳଙ୍କାର ଦୋକାନ ଗୁଡିକରେ ସାଜସଜ୍ଜା ଆରମ୍ଭ ହୋଇଥିବାବେଳେ ରିହାତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିପାବଳୀ ରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।
0 Comments