ଝାରସୁଗୁଡ଼ା ବ୍ଲକର ମାରାକୁଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କହ୍ନେଇନାଳ ଉପରେ ନିର୍ମିତ କଲଭର୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଭାସି ମାଧ୍ୟମରେ ଉଦଘାଟିତ ହୋଇଛି

 

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୯ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଝାରସୁଗୁଡ଼ା ବ୍ଲକର ମାରାକୁଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କହ୍ନେଇନାଳ ଉପରେ ନିର୍ମିତ କଲଭର୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଭାସି ମାଧ୍ୟମରେ  ଉଦଘାଟିତ ହୋଇଛି। ବାର ମିଟର ଲମ୍ବ, ଛ' ମିଟର ଚଉଡ଼ା ଓ ଦୁଇ ସ୍ପାନ ବିଶିଷ୍ଟ ଏହି କଲଭର୍ଟ ନିର୍ମାଣ ଦ୍ୱାରା ଓରାମପଡ଼ା, 

ଜମେରା, ମାରାକୁଟା ଓ ମୁଣ୍ଡାପଡ଼ା ଆଦି ପାଞ୍ଚଟି ଗ୍ରାମର ଅଧିବାସୀ ଉପକୃତ ହେବେ । ପୂର୍ବରୁ ଏହି ସବୁ ଗ୍ରାମର ଅଧିବାସୀ ଜିଲ୍ଲା ସଦର ମହକୁମା ଝାରସୁଗୁଡ଼ାକୁ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି କଲଭର୍ଟ ନିର୍ମାଣ ଫଳରେ ଜିଲ୍ଲା ସଦର ମହାକୁମାକୁ ପାଞ୍ଚ କିଲୋମିଟର ଦୂରତ୍ୱ ହ୍ରାସ ପାଇଛି । ଆଭାସି ଜରିଆରେ ଅନୁଷ୍ଠିତ ଏହି ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟାଳୟର ଓସୱାନ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ପରିଷଦ  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ୱର ଅମାତ, ପିଡି(ପୁନର୍ବାସ ଓ ଥଇଥାନ) ଆଲୋମଣୀ ସେଠୀ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଗିତିକା ନାଏକ, ଡେପୁଟି ଡ଼ାଇରେକ୍ଟର ,ପ୍ଲାନିଂ ଶରତ ନାଏକ ଓ ଝାରସୁଗୁଡା ବିଡିଓ ପୂର୍ଣଚନ୍ଦ୍ର ଭୋଇ  ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done