ଦୀପାବଳି ପାଇଁ ପ୍ରଜ୍ବଳିତ ହେଲା 51 ହଜାର ଦୀପ
ଝାରସୁଗୁଡା ଜିଲ୍ଲାର ବନ୍ଧବାହାଲ ଦୀନ ବାନ୍ଧବ କ୍ଷେତ୍ରରେ ଆଜି 51 ହଜାର ଦୀପ ପ୍ରଜ୍ବଳନ କରି ଦୀପାବଳି ପାଳନ କରାଯାଇଛି l ଏମସିଏଲ ଲଖନପୁର କ୍ଷେତ୍ର ପକ୍ଷରୁ ଆୟୋଜିତ ହୋଇଥିବା ଏହି ଦୀପ ମହୋତ୍ସବରେ ଅଠର ଶହ ଜନସାଧାରଣ ସାମିଲ ହୋଇଥିବାବେଳେ 10 ହଜାରରୁ ହଜାର ଲୋକ ଉପସ୍ଥିତ ଥିଲେ l ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ସନ୍ଧ୍ୟା ଆରତୀ ପରେ ଏହି ଦୀପ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଭଗବାନ ରାମଚନ୍ଦ୍ରଙ୍କ ଆଗାମନ ଆଲୋକର ପର୍ବ ଦୀପାବଳିକୁ ଆଜି ଧୁମଧାମରେ ବନ୍ଧବାହାଲରେ ପାଳନ କରାଯାଇଛି l ଜୀବ ଜଗତର କଲ୍ୟାଣ ପାଇଁ ସାମୁହିକ ଭାବରେ ଆଜି 51 ହଜାର ଦୀପ ପ୍ରଜ୍ୱଳନ କରାଯାଇଛି l ଦୀପାବଳିରେ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ ଏହି ସାମୁହିକ ଦୀପ ପ୍ରଜ୍ୱଳନର ଆୟୋଜନ କରାଯାଇଛି l
0 Comments