ଚଂଚକତା କରି ଜମି ବିକ୍ରି, ସ୍ଥାନୀୟ ପ୍ରଶାସନ ସାମିଲ ଅଭିଯୋଗ।

 

ଚଂଚକତା କରି ଜମି ବିକ୍ରି, ସ୍ଥାନୀୟ ପ୍ରଶାସନ ସାମିଲ ଅଭିଯୋଗ

ଝାରସୁଗୁଡ଼ା ରେ ଚୋରି ହେଉଛି ଜମି, ଆଜ୍ଞା ହଁ ଏଭଳି ଉକ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ। ସେ ପୁଣି ପ୍ରଶାସନିକ ଅଧିକାରୀ ଙ୍କ ସଂପୃକ୍ତି ରେ ହେଉଛି ଜମି ଚୋରି। ଝାରସୁଗୁଡ଼ା ଜିଲ୍ଲା ର ଶ୍ରିପୂରା ଗାଁ ର ଖାତା ନମ୍ୱର୍ ୧୫୭/୩୧୧ ଜମିଟି ରହିଛି ଲଖ ଜଗତ ଙ୍କ ନା ରେ ଯାହା ୧ ଏକର ୮ ଡିସିମିଲ ଜମି ଯେ କି ବର୍ତ୍ତମାନ ମୃତ। ତାଙ୍କ ଝିଅ ଙ୍କ ଦ୍ଵାରା ଅଣାଯାଇଛି ଚଞ୍ଚକତା କରି ଜମି ବିକ୍ରି ଅଭିଯୋଗ। ସ୍ଥାନୀୟ ଜଣେ ବ୍ୟକ୍ତି ଜମିକୁ ନିଜ ଜମି ଦର୍ଶାଇ ସ୍ଥାନୀୟ ଆର୍ ଆଇ, ଆଡିସନାଲ ତହସିଲଦାର ଓ ତହସିଲଦାର ଙ୍କୁ ହାତ ର କରି ଜମିଟିକୁ ବିକ୍ରି କରିବା ସହ ଟଙ୍କା ନେଇ ସାରିଛନ୍ତି।


ଅନ୍ୟ ପକ୍ଷରେ ଏହି ଖବର ପାଇ ଗତ ସୋମବାର ଦିନ ଜମିର ମୂଳ ଅଧିକାରୀ ପରିବାର ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଅନୁପସ୍ଥିତ ପାଇଁ ଆଜି ପୁଣି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ। ତେବେ ଜିଲ୍ଲାପାଳ ସରୋଜ ସାମଲ ଏନେଇ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଓ ଜମି ପ୍ରକୃତ ଜମିମାଲିକ ଙ୍କୁ ଫେରାଇବା ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ତହସିଲଦାର, ଆଡିସନାଲ ତହସିଲଦାର ଓ RI ଙ୍କ ଉପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଗ୍ରହଣ କରିବ ତାହା ଆଗାମୀ ସମୟ ହିଁ କହିବ। ତେବେ ଝାରସୁଗୁଡ଼ା ରେ ଜମି ଚୋର ଙ୍କ ସଂଖ୍ୟା ବୃଦ୍ଧି ଏବେ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done