ଝାରସୁଗୁଡ଼ା ରେ ଗଣେଶ ମୂର୍ତ୍ତି ବିସର୍ଜନ

 
ଝାରସୁଗୁଡ଼ା ସହରରେ ଗତ ଦଶ ଦିନ ହେବ ବିନା କଭୋଡି କଟକଣା ମଧ୍ୟରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଆଜି ସନ୍ଧ୍ୟାରେ ବିସର୍ଜନ ହୋଇଯାଇଛି ।ଏହି ଅବସରରେ ସହରର ସରଵାହାଲ ଗୌଡପୂଜା ଗଣେଶ ପୂଜା କମିଟି ଫ୍ରେଣ୍ଡସ କ୍ଳବ୍ ପୂଜା କମିଟି, ଥାନା ଛକ ରାଜା ଗଣେଷ ପୂଜା କମିଟି ସମେତ ମଙ୍ଗଳବଜାର ଗଣେଶ ପୂଜା କମିଟି ଏବଂ ସହରର ତିରିଶ ରୁ ଉର୍ଦ୍ଧ ଗଣେଶ ପୂଜା କମିଟି ପକ୍ଷରୁ ଆଜି ସନ୍ଧ୍ୟାରେ ବିସର୍ଜନ ହୋଇଥିବାବେଳେ ଶହ ଶହ ଭକ୍ତଙ୍କ ଜନଗହଳି ଦେଖିବାକୁ ମିଳିଥିଲା

ବିଭିନ୍ନ କମିଟି ପକ୍ଷରୁ ସନ୍ଧ୍ୟାରେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା ।କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ହେବ ଗଣେଶ ପୂଜା ପାଳନ ହୋଇ ନଥିବା ବେଳେ ଚଳିତ ବର୍ଷ ଗଣେଶ ପୂଜା ପାଳନ ଅବସରରେ ସହରରେ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ବିସର୍ଜନ ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ଟ୍ରାଫିକ ପୋଲିସ ସମେତ ପୋଲିସ୍ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ହୋଇଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done