ଚଳିତ ୨୦୨୨-୨୦୨୩ ବର୍ଷର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ଵର ଅମାତ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡୋଳାମଣି ପଟେଲ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁନ୍ନିସା ବେଗମ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଜିଲ୍ଲା , ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଜିଲ୍ଲା ନିୟୋଜନ ଅଧିକାରୀ ସଙ୍ଗୀତା ମେହେର , ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପୌରପାଳିକା ନିର୍ବାହୀ ଅଧିକାରୀ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନୁଷ୍ଠିତ ହେବାକୁ ଥିବା ଶିବିରରେ ଆନୁସଙ୍ଗିକ ଫର୍ମ, କମ୍ପୁଟର ଓ ବିଦ୍ୟୁତ ସଂଯୋଗ ଓ ଆବଶ୍ୟକୀୟ ବ୍ୟବସ୍ଥା ଉପଲବ୍ଧ ରଖାଯିବା ସହ ଭିନ୍ନକ୍ଷମ ହିତାଧିକାରୀମାନଙ୍କ ସକାଶେ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଉପକରଣ, ବସପାସ, ଟ୍ରେନ ପାସ, ୟୁନିକ୍ ବିକଳାଙ୍ଗତା ପ୍ରମାଣ ପତ୍ର ଇତ୍ୟାଦି ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସଠିକ ହିତାଧିକାରୀ ଚିହ୍ନଟ କାର୍ଯ୍ୟ ତ୍ଵରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
0 Comments