ମିସ୍ତ୍ରୀପଡ଼ାରେ ଡବଲ ମର୍ଡର: ଏକ ଘରୁ ଶାଶୁ ଓ ବୋହୂ ର ମୃତଦେହ ଠାବ ।
ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅଂଚଳ ରୁ ଏପରି ଏକ ଘଟଣା ଲୋକଲୋଚନ କୁ ଆସିଛି । ତେବେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ପଞ୍ଚାୟତ ମିସ୍ତ୍ରୀପଡ଼ା ର ଏକ ଘରୁ ଶାଶୁ ବୋହୂର ମୃତଦେହ ଉଦ୍ଧାର କରାଯାଇଛି ।
ମୃତକ ଦ୍ବୟ ୮୦ ବର୍ଷୀୟା ଝିମ ଖଡିଆ ଓ ତାଙ୍କ ବୋହୂ ସାଏବାନି ଖଡିଆ ବୋଲି ଜଣାପଡିଛି । ତେବେ ଏହି ଦୁଇ ମହିଳାଙ୍କ ର ହତ୍ୟା କରା ଯାଇଥିବା ନେଇ ଅନୁମାନ କରାଯାଉଛି । ତେବେ ସ୍ଥାନୀୟ ଲୋକେ ପୋଲିସ୍ କୁ ସୂଚନା ଦେଇଥିବା ବେଳେ ପୋଲିସ ଘଟଣା ସ୍ଥାନକୁ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଦେଇଛି । ତେବେ ପୋଲିସ୍ ଝିମି ଖଡ଼ିଆଙ୍କ ପୁଅ କୁଲଥୁ ଖାଡ଼ିଆ କୁ ଅଟକ ରଖି ପଚରାଉଚରା କରୁଥିବା ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
0 Comments