ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଙ୍କ ନିଷ୍ପତି ଅନୁଯାୟୀ ତା 09-08-2022 ରୁ 14-08-2022 ରିଖ ପର୍ଯ୍ୟନ୍ତ "ଭାରତ ଯୋଡ "କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଲାଇକେରା ବ୍ଲକ ଅନ୍ତର୍ଗତ ପାନପାଲି ଗ୍ରାମରୁ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ପଦଯାତ୍ରl ଶୁଭାରମ୍ଭ କରାଯାଇଥିଲା,ଏଥିରେ ସ୍ୱାଧୀନତା ସଂଗ୍ରାମ ରେ କଂଗ୍ରେସ ଦଳର ନେତୃବୃନ୍ଦ ଙ୍କ ବଳିଦାନ ତଥା କଂଗ୍ରେସ ଦଳ ର ଭୂମିକା ଏବଂ ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶ ଗଠନରେ କଂଗ୍ରେସ ଦଳ ର ଭୂମିକା ଏବଂ ଅବାଦନ ସମ୍ବନ୍ଧରେ ବାର୍ତା ଦିଆଗଲା l
ସମ୍ପ୍ରତିକ ପରିସ୍ଥିତିରେ କେନ୍ଦ୍ର ସରକାର ଏବଂ ରାଜ୍ୟସରକାର ସ୍ବର୍ବପରି ବିଫଳତା,ବେକାରୀ, ଦରବୃଦ୍ଧି, ପ୍ରଦୂଷଣ ଓ କୃଷି ବିରୋଧୀ ନୀତି ବିଷୟରେ ସଚେତନ କରାଗଲା l ଏହି ପଦଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ଷଡ଼ଙ୍ଗୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅଶୋକ କୁମାର ମିଶ୍ର, ଉପସଭାପତି ସିଆରମ ଦାସ,ଲାଇକେରା ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଭୋଇ,ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ତ୍ରିପାଠୀ, ତରୁଣ ପାଣ୍ଡେ,ଅଲେଖକୁମାର,ଦେବାନନ୍ଦ ବାରିକ, ପୁର୍ଣ୍ୟବାନ ନାୟକ, ମାନବ ଘୋଷ, ପୂର୍ଣଚନ୍ଦ୍ର ଛଚlନ,ରାହୁଲ ଠାକୁର, ଅଜୟ ବୁଡ଼ା, ବିପିନ ବୁଡ଼ା,ଶ୍ରୀଧର କିସାନ, ପ୍ରଶନ ସିଂ ଙ୍କ ସହିତ ପ୍ରାୟ 60 ରୁ ଉର୍ଦ୍ଧ ଜଣ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ
0 Comments