କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଦିଲ୍ଲୀ ରେ ଭେଟିଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ସାକ୍ଷାତ କରି ଝାରସୁଗୁଡ଼ା ରେଳ ଷ୍ଟେସନ ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।ଏବଂ ଝାରସୁଗୁଡ଼ା ରେଳ ଷ୍ଟେସନ କୁ ଏକ ଉନ୍ନତ ଓ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ ରେ ପରିଣତ କରିବାକୁ ଦାବି କରିବା ସହିତ ଷ୍ଟେସନ ର ବିଭିନ୍ନ ପ୍ଲାଟଫର୍ମରେ ଥିବା ଅନେକ ଗୁଡ଼ିଏ ସମସ୍ୟା ବିଷୟ ରେ ଅବଗତ କରିଛନ୍ତି।ଏହି ଅବସର ରେ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ସହିତ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ।
0 Comments