ଜମିହରା ଙ୍କ ଜୀବନ ସହିତ ଖେଳ ଖେଳୁଛି ଏନ୍ଏଲସି କମ୍ପାନୀ

 ଜମିହରା ଙ୍କ ଜୀବନ ସହିତ ଖେଳ ଖେଳୁଛି ଏନ୍ଏଲସି କମ୍ପାନୀ

ସିମା ଟପିବାରେ ଲାଗିଛି ଏନ୍ଏଲସି ଶିଳ୍ପ ସଂସ୍ଥା । ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ଭଳି ଦୃଶ୍ୟ ନଜର କୁ ଆସିଛି ।ଲୋକଙ୍କ ଜମି ଅଧିଗ୍ରହଣ କରିବା ପରେ ମନମାନି କାର୍ଯ୍ୟ ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି ଜମିହରା । ତଲାବିରା ଗାଁ ସ୍ଥିତ ବୁଧିଆପାଲିର ରାଜୁ ବୁଧିଆଙ୍କ ଜମି ଅଧିଗ୍ରହଣ କରିଥିଲା ଏନ୍ଏଲସି କମ୍ପାନୀ।ଜମି ଅଧିଗ୍ରହଣ ସମୟରେ ଚାକିରୀ ଦେବାକୁ  ପ୍ରତିଶୃତି ଦେଇ ଏବେ ମୁହଁ ମୋଡି ଦେଇଥିବା ଅଭିଯୋଗ କରିଛନ୍ତି ରାଜୁ ବୁଧିଆ।


ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚାକିରୀ ଭିକ୍ଷା କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା କହିଲେ ରାଜୁ । ଏହା ପରେ ଜମି ଉପରେ ମାଟି ପକାଇବା ଆରମ୍ଭ କରିଛି କମ୍ପାନୀ । ଯାହାକୁ ବିରୋଧ କରିଛନ୍ତି ରାଜୁ । ଚାକିରୀ ଭିକ୍ଷା କରି ନୟାନ୍ତ ହୋଇ ପଡ଼ିଥିଲେ । ଶେଷରେ ଯଦି ଚାକିରୀ ନଦିଅନ୍ତି ତେବେ ଜମି ଫେରାଇ ଦେବାକୁ ଅନୁରୋଧ କରିବା ସହିତ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ ।କିନ୍ତୁ ରାଜୁଙ୍କ କଥାକୁ ହାଲୁକାରେ ନେଇ ନିଜ ଦାଦାଗିରି ଜାରି ରଖିଥିଲେ କମ୍ପାନୀ କର୍ତ୍ତୃପକ୍ଷ । ତେବେ ଆଜି ନିଜ ଜମିକୁ ଯାଇ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ରାଜୁ । ଖବର ପାଇ କମ୍ପାନୀ ଅଧିକାରୀ ମାନେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଛାଡ଼ି ଫେରାର ମାରିଛନ୍ତି । ଭୁଲିଗଲେ ମାନବିକତା । ବର୍ତ୍ତମାନ ରାଜୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ଗୁରୁତର ରହିଥିବା ଦେଖିବାକୁ ମିଳିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done