ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ଅନୁକୂଲ୍ୟ ରେ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା।

 ଝାରସୁଗୁଡା ମୁନିସିପାଲିଟି ଅନ୍ତର୍ଗତ ସାରସମାଲ ଓ ବୁରୋମାଲ ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ଅନୁକୂଲ୍ୟ ରେ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା ।  ସାରସମାଲ ରେ ଅନୁଷ୍ଠିତ ଶିବିରରେ ୨୫୦ ଜଣ ଟୀକା ନେଇଥିଲେ ।


ଏହି ବୁସ୍ଟର ଡୋଜ ଶିବିର କୁ ଝାରସୁଗୁଡା ମୁନିସିପାଳିଟି ର ଭାଇସ ଚେୟାରମ୍ୟାନ ବେଣୁଗୋପାଲ ପାଣିଗ୍ରାହୀ ଉଦଘାଟନ କରିଥିଲେ। ସେହିପରି ବୁରୋମାଲ ସ୍କୁଲ ରେ ହୋଇଥିବା ବୁସ୍ଟର ଡୋଜ ଶିବିରରେ ଆଖପାଖ ଅଞ୍ଚଳର ୨୫୦ ଜଣ ଟୀକା ନେଇଥିଲେ । ଏହି ଶିବିରକୁ ୨୧ ନମ୍ବର କାଉନସିଲର ନିତାରାଣୀ ସାହା ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସୁପ୍ରଭା ବାରିକ ଉପସ୍ଥିତ ରହି ଟୀକାକରଣ କରାଇଥିଲେ । ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ର ସଭାପତି ଶ୍ରୀ ରଘୁମଣୀ ପଟେଲ , ଉପସଭାପତି ଶ୍ରୀ ପିଣ୍ଟୁ ପାଢ଼ୀ,ସାଧାରଣ ସମ୍ପାଦକ ପବନ ସୁଲତାନିଆ,ତୁଳସୀ ଦାସ,ଜୟ ପ୍ରକାଶ କୁଅଁର, ରୁଦ୍ର ସାହା, ଲୋକନାଥ ଦାସ,ଭରତ ରାଉତ, ହୃଦାନନ୍ଦ ରୋହୀଦାସ, ସଂଗୀତା ଖାଲକୋ ପ୍ରଭୁତି ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done