ଝାରସୁଗୁଡ଼ା ଜିଲ୍ଲା ଉପ କାରାଗାର ରେ ପୁଣି ଘଟିଛି ଅଘଟଣ । ଜଣେ ବିଚାରାଧୀନ ବନ୍ଦୀ ଜେଲ୍ ଭିତରେ ନିଜର ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ତେବେ ବନ୍ଦୀ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ସଦର ଡ଼ାକ୍ତରଖାନା ଏବଂ ପରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । ବନ୍ଦୀ କଏଦୀ ଙ୍କ ନାମ ହେଉଛି ସୁରଜ୍ କର, ସେ ବ୍ରଜରାଜନଗର OPM ଅଞ୍ଚଳ ର । ସୁରଜ୍ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରକାଶ ପାଇଛି ।
କିଛି ଦିନ ପୂର୍ବରୁ ବ୍ରଜରାଜନଗର ଥାନା ରେ ରୁଜୁ ହୋଇଥିବା ଏକ ମାମଲା ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସୁରଜ୍ ଜଣେ ନିଶାଖୋର୍ ଥିବାରୁ ନିଶା ସେବନ ର ସୁଯୋଗ ନ ପାଇ ଏଭଳି ଆତ୍ମହତ୍ୟା କରିଥିବା ପ୍ରୟାସ କରିଥିବା ସନ୍ଦେହ କରାଯାଉଛି । ଗତ ବିଳମ୍ବିତ ରାତି ରେ ସେ ଏକ ବ୍ଲେଡ଼ ରେ ନିଜ ଗଳାକୁ କାଟି ଦେଇଥିବାର କୁହାଯାଇଛି । ମାତ୍ର ତାଙ୍କର ପ୍ରତିପକ୍ଷ ଅଭିଯୁକ୍ତ ଜେଲ୍ ରେ ବନ୍ଦୀ ଥିବାରୁ ସୁରଜ୍ ଙ୍କୁ ହତ୍ୟା ଉଦ୍ୟମ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇ ଏହି ଘଟଣା ର ତଦନ୍ତ କରାଯାଉଥିବା ସହ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ଲାଗି ପୋଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଥିବା IIC ସାବିତ୍ରୀ ବଳ କହିଛନ୍ତି ।
0 Comments