ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ସହ ସରକାରୀ କଲେଜ ପାଇଁ ଦାବି

 ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସମୂହ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ରେ ସରକାରୀ କଲେଜ୍ ସ୍ଥାପନ ଓ ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା ର ଉନ୍ନତି ପାଇଁ କୋଲାବିରା ଠାରେ ଜନ ଆନ୍ଦୋଳନ ।ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶା ର ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ର ମାନ୍ୟତା ପାଇଛି । କିନ୍ତୁ ଜିଲ୍ଲା ରେ ଗୋଟେ ହେଲେ ସରକାରୀ କଲେଜ ନାହିଁ । ଏହା ଏକ ବିଡମ୍ବନା ରେ ବିଷୟ ଅଟେ ଝାରସୁଗୁଡ଼ା ଜିଲ୍ଲା ପାଇଁ ।ସେଥିପାଇଁ ଆଜି ଜିଲ୍ଲା ଛାତ୍ର ସମୂହ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା କୋଲାବିରା ବ୍ଲକ ଠାରେ । ତେବେ ୬ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା ଏବଂ କୋଲାବିରା ବ୍ଲକ କୁ ଛାତ୍ର ସମୂହ ର ସଦସ୍ୟ ମାନେ ପହଂଚି ଏହି ଦାବି ପତ୍ର ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଙ୍କୁ ଦିଆଯାଇଛି ।


ତେବେ ଜିଲ୍ଲା ରେ ଯୁକ୍ତ ୨ ରୁ PG ପର୍ଯ୍ୟନ୍ତ ଏକ ସରକାରୀ କଲେଜ ସ୍ଥାପନ କରିବା ।ଝାରସୁଗୁଡ଼ା ଜିଲ୍ଲା ସ୍ଥିତ ଯାନ୍ତ୍ରିକ ବିଦ୍ୟାଳୟ କୁ ମହାବିଦ୍ୟାଳୟ ରେ ପରିଣତ କରିବା,ଜିଲ୍ଲା ୧୯ ଖଣ୍ଡ ମୌଜା ଅଞ୍ଚଳରେ ସରକାରୀ +୨ ଓ +୩  ମହାବିଦ୍ୟାଳୟ ସ୍ଥାପନ , କୋଲାବିରା ବ୍ଲକ ର ସମାସିଂହା ରେ ଥିବା +୨ ବିଜ୍ଞାନ କଲେଜ୍ କୁ +୩ ବିଜ୍ଞାନ ମହାବିଦ୍ୟାଳୟ ରେ ପରିଣତ, ଲାଇକେରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରେ +୩ ବିଜ୍ଞାନ ଶ୍ରେଣୀ ଖୋଲିବା ଓ କିର୍ମିରା ଶୁଭମ୍ ମେମୋରିଆଲ କଲେଜ ଠାରେ +୨ ବିଜ୍ଞାନ ଶ୍ରେଣୀ ଖୋଲିବା ନେଇ ଏହି ଦାବି ପତ୍ର ରେ ଉଲ୍ଲେଖ ରହିଛି ।ତେବେ ଏହି ଆନ୍ଦୋଳନ ରେ ଝାରସୁଗୁଡ଼ା ଓକିଲ ସଂଘର ସଭାପତି ତ୍ରିନାଥ ଗୁଆଲ୍ ଯୋଗ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done