ଝାରସୁଗୁଡାରେ ଡାଇରିଆ ଆକ୍ରାନ୍ତ ଅଂଚଳକୁ ଆଜି ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
ଝାରସୁଗୁଡା ପୌରାଂଚଳ ର ୧୩ନମ୍ବର ୱାର୍ଡ ଦେବାଡ଼ିହି ଲିଟିପଡା ରେ ଗତ ୩୦ ତାରିଖରେ ଝାଡ଼ାବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା । ଆଜି ଏହି ପରିବାରକୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀ ଆର୍ଥିକ ସହାୟତା ରାଶି ଦେବା ସହ ପରିବାରବର୍ଗଙ୍କୁ ସ୍ୱାନ୍ତନା ଦେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରେ ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଦେବାଡ଼ିହି ଗ୍ରାମର ବାପ ଶିବ ପ୍ରସାଦ ପ୍ରଧାନ ଓ ପୁଅ ଅକୁର ପ୍ରଧାନଙ୍କ ଡାଇରିଆରେ ମୃତ୍ୟୁ ହେବାସହ ଗ୍ରାମର ୮ ଜଣ ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ଏବଂ ଅନେକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ ।ଏହା ପରେ ସ୍ୱାସ୍ଥ୍ୟ ବିଭାଗ ର ଦୁଇଟି ଟିମ ପହଂଚି ସ୍ଥିତି କୁ ନିୟନ୍ତ୍ରଣ କରିଥିଲା ।ତେବେ ଏହି ସ୍ଥିତି ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ,ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର CDMO ସ୍ଥାନୀୟ ଦେବାଡିହି ଓ ପୌରାଞ୍ଚଳର ଅନ୍ୟ ୱାର୍ଡ ପରିଦର୍ଶନ କରି ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ।
0 Comments