କଂଗ୍ରେସ ପକ୍ଷରୁ ଜେଲ ଭରୋ ଆନ୍ଦୋଳନ

 ଝାରସୁଗୁଡ଼ା କଂଗ୍ରେସ ପକ୍ଷରୁ  ଜେଲ୍ ଭରୋ ଆନ୍ଦୋଳନ ସହ ଜିଲ୍ଲାପାଳ ଙ୍କୁ  ଦାବିପତ୍ର ପ୍ରଦାନ ।

ଝାରସୁଗୁଡ଼ା କଂଗ୍ରେସ ପକ୍ଷ ରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜେଲ ଭରୋ ଆନ୍ଦୋଳନ କରାଯାଇଛି ।ବିଜେପି ସରକାର ପେଟ୍ରୋଲ , ଡିଜେଲ୍, ରନ୍ଧନ ଗ୍ୟାସ ଦର ବୃଦ୍ଧି କରିବା ସହ ମୁଢ଼ି, ଚୁଡ଼ା, ଖଇ ରେ GST ଲାଗୁ କରିଛନ୍ତି ।ଏହା ସହ କେନ୍ଦ୍ର ସରକାର ଚାଷୀ ମାରଣା ନୀତି ଅବଲମ୍ବନ କରିବାସହ ବେକାରୀ ସମସ୍ୟା ଦୂର ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି  । ଏ ସମସ୍ତ ସମସ୍ୟା ର ଦୂରୀକରଣ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜେଲ୍ ଭରୋ ଆନ୍ଦୋଳନ କରାଯାଇଛି।


କଂଗ୍ରେସ ଦ୍ଵାରା ଜେଲ ଭରୋ ଆନ୍ଦୋଳନ ରେ  ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିବା ସମୟ ରେ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଯାହା ଫଳରେ ଝାରସୁଗୁଡ଼ା ପୋଲିସ୍ ପକ୍ଷରୁ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ଦାବିପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done