ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ କାର୍ଯ୍ୟନିର୍ବାହୀ କମିଟି ବୈଠକ


 ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଡି ଏଫ୍ ଓ ଲଳିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପୂର୍ବ ବୈଠକରେ ନିଆଯାଇଥିବା 

ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଳାପାଳ କାର୍ଯ୍ୟ ଅଗ୍ରଗତି ର ସମୀକ୍ଷା କରିଥିଲେ । ବିଭିନ୍ନ ପ୍ରକଳ୍ପ ବାବଦକୁ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠା ନ ପକ୍ଷରୁ ଦିଆଯାଇଥିବା ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ବିନିଯୋଗ

କରାଯାଇଥିବା ଓ ବିନିଯୋଗ ପତ୍ର ଦାଖଲ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଆଲୋଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରୟାଲଟି ବାବଦକୁ  ବିଭିନ୍ନ ସୂତ୍ରରୁ ୧ ହଜାର ୬୭କୋଟି ଟଙ୍କା ପ୍ରତିଷ୍ଠାନରେ ଜମା ହୋଇଥିବା ବେଳେ ତନ୍ମଧ୍ୟରୁ ୯୯୭କୋଟି ଟଙ୍କା  ବିଭିନ୍ନ ପ୍ରକଳ୍ପ ବାବଦକୁ ପ୍ରଦାନ କରାଯାଇଛି।


। ଚଳିତ ମାସ ଶେଷ ସୁଦ୍ଧା ଏଗ୍ରି କନଭର୍ଜେନ୍ସ ବୈଠକ ଆୟୋଜନ ପାଇଁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ କୁ ଅଧିକ ସୁଦୃଢ଼ୀକରଣ  ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖଣିଜ ପାଣ୍ଠି ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ଦିଆଯାଉଥିବା ଅର୍ଥର ଅଡିଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରୁ ଯଥା ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ ପାଇଁ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ଏହି ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବୈଠକରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ଟିମ୍ ଲିଡର ନଳିନୀ ଦାଶ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତପିରାମ ମାଝୀ ବୈଠକ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done