ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଯେଉଁ ମା ବାପା ଆମକୁ ଜନ୍ମ ଦେଇ ପାଳି ପୋଷି ବଡ଼ କରିଛନ୍ତି ଆଜି ତାଙ୍କ ପ୍ରତି ଅନ୍ୟାୟ କରିବାକୁ ତିଳେ ମାତ୍ର ଭାବୁ ନାହୁଁ । ଯେଉଁ ବାପା ଙ୍କ ପାଇଁ ଆଜି ମୁଣ୍ଡ ଟେକି ବାଟ ଚାଲୁଛେ ସେଇ ବାପା ଙ୍କୁ ଜଣେ ଅମଣିଷ ପୁଅ ଜୀବନରୁ ମାରିଦେଇଛି । ରେଙ୍ଗାଲି ଥାନା ର ବାଞ୍ଜିପାଲି ଗାଁ ରେ ବାପ କୁ ଗମେଲା ରେ ପୁଅ ଦିଲୀପ ଗିରି ଆକ୍ରମଣ କରି ହତ୍ୟା କରିଛନ୍ତି । ଅନ୍ୟପଟେ ଦିଲୀପ ର ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ବେଳେ ଗୁରୁତର ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି।
ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କାର୍ତ୍ତିକ ଗିରି ଓ ଗୁରୁତର ମହିଳା ଜଣକ ହେଉଛନ୍ତି ନିଲମ ଗିରି ।ସୂଚନା ଅନୁସାରେ ପରିବାର ରେ ପୂର୍ବ ରୁ ପାରିବାରିକ ଗଣ୍ଡୋଗୋଳ ଲାଗି ରହୁଥିବା ବେଳେ ଶ୍ଵଶୁର ଓ ବହୁ ଭିତରେ କଥା କଟାକଟି ହୋଇଥିଲା । ଏହି ଝଗଡ଼ା କଥା କଟାକଟି କୁ ନେଇ ବହୁ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଯାହା ଫଳ ରେ ପୁଅ ଦିଲୀପ ଉତ୍ୟକ୍ତ ହୋଇ ବାପା କାର୍ତ୍ତିକ ଗିରି ଙ୍କୁ ଗାମେଲା ରେ ଆକ୍ରମଣ କରିଥିଲେ, କାର୍ତ୍ତିକ ଗୁରୁତର ହୋଇ ତଳେ ପଡି ଯାଇଥିଲେ ।କାର୍ତ୍ତିକ ଙ୍କୁ ତୁରନ୍ତ ଚିକିତ୍ସାଳୟ କୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରେଙ୍ଗାଲି ପୋଲିସ୍ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ରହିଛି ।
0 Comments