ଝାରସୁଗୁଡ଼ା ଜିଲ୍ଲା ସାରସମାଲ ନିକଟ ରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୁର୍ଘଟଣା । ଦୁର୍ଘଟଣା ଗ୍ରସ୍ତ ହୋଇ ଚିକିତ୍ସା ପାଇଁ ଯାଉଥିବା ରାସ୍ତା ରେ ଘଟିଛି ମୃତ୍ୟୁ ।ତେବେ ଝାରସୁଗୁଡ଼ା ଜିଲ୍ଲା ଜମେରା ପଞ୍ଚାୟତ କୁଡ଼ାପାଲି ଗାଁ ର କୈଳାସ ବାରିକଙ୍କ ପୁଅ ଝାରସୁଗୁଡ଼ା ଆଦର୍ଶ ବିଦ୍ୟାଳୟ ରେ ପାଠ ପଢୁଥିଲେ । ତେବେ ସବୁ ଦିନ ପରି ସ୍କୁଲ ଯାଉଥିବା ବେଳେ ଅଟୋ ରୁ ଖସି ପଡ଼ିଥିଲା ଏହି ଛାତ୍ର । ଏହାପରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଏବଂ ପରେ ବୁର୍ଲା କୁ ନିଆ ଯାଇଥିଲା ଓ ତା ପରେ ଭୁବନେଶ୍ବର କୁ ନିଆଯାଉଥିବା ବାଟରେ ଛାତ୍ର ଙ୍କର ମୃତ୍ୟୁ ହୋଇଛି।ଛାତ୍ର ଙ୍କ ମୃତ୍ୟୁ ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗାଁ ବାସୀ ଆଜି ଏହି ଛାତ୍ରର ମୃତ୍ୟୁ କୁ ନେଇ ଭାଙ୍ଗି ପଡ଼ିଛନ୍ତି । ଏପରି ପରିସ୍ଥିତି ରେ ଛାତ୍ର ର ମାଁ ବାପା ଙ୍କ ହୃଦୟ ବିଦାରକ ଦୃଶ୍ୟ ଦେଖିବା କାହା ପାଖରେ ସମ୍ଭବ ହେଇ ପରୁନାହିଁ । ଏତେ କମ ବୟସ ରୁ ଜଣକ ଜୀବନ ଚାଲିଯିବା ପରେ ପରିବାର ଲୋକ ଙ୍କ ଆଖି ରୁ ଆଉ ଲୁହା ବନ୍ଦ ପଡୁନାହିଁ ।
0 Comments