ବଡ଼ ବଡ଼ ସହର ମାନଙ୍କରେ ଡ୍ରଗସ୍, ନିଶା କାରବାର ହେଉଥିବା ଶୁଣିବାକୁ ଓ ଦେଖିବାକୁ ମିଳେ କିନ୍ତୁ ଏବେ ଏହି ନିଶା ଦ୍ରବ୍ୟ ଝାରସୁଗୁଡ଼ା ସହର ରେ ବ୍ୟବହାର ହେଉଥିବା ଜଣା ପଡିଛି । ଏହା ଜାଣିବା ପରେ ସାଧାରଣ ଜନତା ପୋଲିସ୍ କୁ ଅଭିଯୋଗ କରିଛନ୍ତି ତେବେ ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡ଼ା ରେ ଚାଲିଛି ଖୋଲାଖୋଲି ବେଆଇନ ନିଶା କାରବାର ।ନିଶା ସେବନ କରି ଯୁବ ସମାଜ ପଥ ଭ୍ରଷ୍ଟ ହେଉଛି। ଝାରସୁଗୁଡ଼ା ର ଜାଗୃତ ଜନତା ଏନେଇ ଟାଉନ୍ ଥାନା ରେ ଅଭିଯୋଗ କରିଛନ୍ତି।
ମିଶ୍ର ଟକିଜ୍, ଶ୍ୟାମ ଦମବାଇ ଦୋକାନ ଓ ଡେଲି ମାର୍କେଟ ଅଞ୍ଚଳ ରେ ନିଶା କାରବାର ବେଶୀ ପରିମାଣ ରେ ହେଉଥିବା ବେଳେ ମହିଳାମାନଙ୍କ ଯିବାଆସିବା ପାଇଁ ସୁରକ୍ଷିତ ଲାଗୁ ନାହିଁ । ଏହାକୁ ନେଇ ଅଭିଯୋଗ ହୋଇଛି । ଅବାଧ ରେ ନିଶା କାରବାର ହେଉଥିବା ବେଳେ ବର୍ତ୍ତମାନ ଏହା ପୋଲିସ୍ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଏହି ନିଶା ପାଇଁ ସହର ତଥା ସହର ବାହାରୁ ଗ୍ରାହକ ଯୁଟୁଛନ୍ତି ।ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସ୍ଥାନ ମାନଙ୍କରେ ଅବାଧରେ ନିଶା ବ୍ୟବସାୟ ଚାଲେ । ତେବେ ଝାରସୁଗୁଡ଼ା ର ଅନେକ ସଂଗଠନ, ସହର ର ବୁଦ୍ଧିଜୀବୀ ଟାଉନ୍ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଅତି ଶୀଘ୍ର ଏଥି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ କରିଛନ୍ତି ଓ ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଇ ଆଗକୁ କିଛି ଅଘଟଣ ଘଟେ ତେବେ ପୋଲିସ୍ ପ୍ରଶାସନ ଏଥିପାଇଁ ଦାୟୀ ହେବ ବୋଲି ଅଭିଯୋଗ ରେ ସଫା ସଫା ଲେଖା ଅଛି।
0 Comments