ସରକାରୀ ଜମି ହଡପ , ଉତ୍ତେଜନା ରେ ଅଞ୍ଚଳବାସୀ ।
ବ୍ରଜରାଜନଗର ଥାନା ଅନ୍ତର୍ଗତ ରାଜପୁର ପଞ୍ଚାୟତ ଅଧୀନ ରେ ଥିବା ରୋହିଦାସପଡ଼ା ର ୧୦ ଡିସିମିଲ ର ଏକ ଜାଗା କୁ ଜଣେ ଗ୍ରାମବାସୀ ହଡ଼ପ କରି ଜମି ର ପଟ୍ଟା କରି ନେଇଛନ୍ତି । ରାଜପୁର ସରପଞ୍ଚ ସରସ୍ଵତୀ ନାଏକ ଓ ସମିତିସଭ୍ୟା ସସ୍ମିତା ତନ୍ତୀ ଙ୍କ ସମେତ ବଗରାଚକା ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଭେଟି ଏହି ବିଷୟ ରେ ଜଣାଇଥିଲେ । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଉକ୍ତ ସରକାରୀ ଜାଗା କୁ ଦୀର୍ଘ ବର୍ଷ ହେବ ସାମୁହିକ ବ୍ୟବହାର ପାଇଁ ଫେରାଇ ଆଣିବା ଦିଗରେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି ହୋଇଛି । ତେବେ ଗ୍ରାମବାସୀ ବିଧାୟିକା ଅଳକା ମହାନ୍ତି ଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ । ବିଧାୟିକା ଶ୍ରୀମତୀ ମହାନ୍ତି ଏହାର ଉପଯୁକ୍ତ ଆବଶ୍ୟକ ଅନୁସନ୍ଧାନ କରି ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ ଦିଗ ରେ ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରିଥିଲେ । ତେବେ ରାଜପୁର ସରପଞ୍ଚ, ସମିତି ସଭ୍ୟା ଙ୍କ ସହିତ ଅନେକ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଏହି ମାମଲା ଉପରେ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ ।
0 Comments