ଅମନାପାଲି ଗାଁ ଠାରେ ଠେଙ୍ଗାମାଡ଼ ରେ ମହିଳା ଙ୍କ ସମେତ ତିନି ଜଣ ଆହତ ।

 
ଅମନାପାଲି ଗାଁ ଠାରେ ଠେଙ୍ଗାମାଡ଼ ରେ ମହିଳା ଙ୍କ ସମେତ ତିନି ଜଣ ଆହତ ।ସମାଜ ରେ ଧନୀ ଗରିବ, ଜାତିଆଣ ଭେଦ ଭାବ, ଛୁଆଁ ଅଛୁଆଁ , ମାଲିକ ଚାକର ପ୍ରଥା ଏଯାଏଁ ସରି ନାହିଁ । ଧନୀ ତଥା ଉଚ୍ଚ ସମ୍ପ୍ରଦାୟ ର ଲୋକ ମାନେ ଆଜି ମଧ୍ୟ ନିଜ ଠୁଁ ଦୁର୍ବଳ ଲୋକଙ୍କ ଉପରେ ଅତ୍ୟାଚାର କରି ଆସୁଛନ୍ତି । ମାନବିକତା ର ପାଠ ଯେତେ ପଢିଲେ ମଧ୍ୟ ଏପରି ଅସଭ୍ୟ ଲୋକଙ୍କ ପାଖରେ ମାନବିକତା ଆଶା କରିବା ଭୁଲ ହେବ ।  ଆଜି ଏପରି ଏକ ଘଟଣା ଘଟି ଯାଇଛି ଯାହା ଏକ କୁତ୍ସିତ ମନୋଭାବ କୁ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି


ତେବେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ସୋଡ଼ାମାଲ ପଞ୍ଚାୟତ ଅଧିନସ୍ତ ଅମନାପାଲି ଗ୍ରାମ ରେ ମଜୁରୀ ଟଙ୍କା କୁ ନେଇ ଜୈନେକ ବ୍ୟକ୍ତି ଙ୍କ ଠେଙ୍ଗା ମାଡ଼ରେ ଜଣେ ମହିଳା ଙ୍କ ସମେତ ତିନ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତ ମହିଳା ସମ୍ବାରି କାଲୋ ଥାନା ରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ସୋମବାର ସକାଳୁ ସମ୍ବାରି ଓ ତାଙ୍କ ପୁଅ ବିଜୁ କାଲୋ ଓ ଦେଢ଼ଶୁର ନାରେନ୍ କାଲୋ ଙ୍କ ସହ ନିଜ ଗାଁ ଅମନାପାଲି ର ଜିବର୍ଦ୍ଧନ ସାହୁଙ୍କ ଘରକୁ କାମ କରିଥିବା ମଜୁରୀ ଟଙ୍କା ମଙ୍ଗିବାକୁ ଯାଇଥିଲେ । ତେବେ ଜିବର୍ଦ୍ଧନ ଟଙ୍କା ଦେବା ପରିବର୍ତ୍ତେ ଧମକଚମକ ଦେବା ସହ ବିଭିନ୍ନ ଅସଭ୍ୟ ଭାଷା ରେ ଗାଳିଗୁଲଜ କରି ଏକ ଠେଙ୍ଗା ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଠେଙ୍ଗା ମାଡ଼ ରେ ବିଜୁଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ବେଳେ ନାରେନ୍ ଙ୍କ ଡାହାଣ ହାତ ଭାଙ୍ଗି ଯାଇଛି । ତେବେ ଅଭିଯୋଗ ପରେ କୋଲାବିରା ପୋଲିସ୍ ସମସ୍ତ ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା କୁ ନେଇଥିଲା । ଏହା ପରେ ସନ୍ଧ୍ୟା ସମୟରେ DSP ବାଳକୃଷ୍ଣ କହର ଓ IIC ସୁକୁମାର ତ୍ରିପାଠୀ ଅମନାପାଲି ଗାଁ କୁ ଯାଇ ଘଟଣା ର ତଦନ୍ତ କରିଛନ୍ତି ।ତେବେ ଆହତ ମାନେ ଶ୍ରମିକ ଓ ଆଦିବାସୀ ଶ୍ରେଣୀ ର ହୋଇଥିବାରୁ ଘଟଣା ଟି ସମ୍ବେଦନଶୀଳ ହୋଇପଡ଼ିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done