ଆଜି ଝାରସୁଗୁଡା ମୁନିସିପାଳିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୦ କକ୍ସକଲୋନୀ ଓ ୱାର୍ଡ ନମ୍ବର ୦୫ ତଲିଭଟ୍ଟା ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟ ରେ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା

 
ଆଜି ଝାରସୁଗୁଡା ମୁନିସିପାଳିଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୦ କକ୍ସକଲୋନୀ ଓ ୱାର୍ଡ ନମ୍ବର ୦୫ ତଲିଭଟ୍ଟା ଠାରେ ସ୍ୱାସ୍ଥ୍ୟ ବିଭାଗ ଓ ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟ ରେ ବୁସ୍ଟର ଡୋଜ ପ୍ରଦାନ ପାଇଁ ଶିବିରର ଆୟୋଜନ କରାଯାଇଥିଲା ।  କକ୍ସ କଲୋନୀ ରେ ଅନୁଷ୍ଠିତ ଶିବିରରେ ୧୫୦ ଜଣ ଟୀକା ନେଇଥିଲେ । ଏହି ବୁସ୍ଟର ଡୋଜ ଶିବିର କୁ ଝାରସୁଗୁଡା ମୁନିସିପାଳିଟି ୱାର୍ଡ ନମ୍ବର ୧୦ ର କାଉନସିଲର ମଧୁସ୍ମିତା ଶୁଭନୀଳ ଉଦଘାଟନ କରିଥିଲେ। ସେହିପରି  ୱାର୍ଡ ନମ୍ବର ୦୫ ତଲିଭଟ୍ଟା ଠାରେ ହୋଇଥିବା ବୁସ୍ଟର ଡୋଜ ଶିବିରରେ ଆଖପାଖ ଅଞ୍ଚଳର ୧୫୦ ଜଣ ଟୀକା ନେଇଥିଲେ । ଏହି ଶିବିରକୁ ୦୫ ନମ୍ବର କାଉନସିଲର ବାସନ୍ତୀ ଟପ୍ପୋ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସୁପ୍ରଭା ବାରିକ ଉପସ୍ଥିତ ରହି ଟୀକାକରଣ କରାଇଥିଲେ । ଝାରସୁଗୁଡା ଜିଲ୍ଲା ଜନ ସଚେତନ ନାଗରିକ ମଞ୍ଚ ର ସଭାପତି ଶ୍ରୀ ରଘୁମଣୀ ପଟେଲ , ଉପସଭାପତି ଶ୍ରୀ ପିଣ୍ଟୁ ପାଢ଼ୀ,ସାଧାରଣ ସମ୍ପାଦକ ପବନ ସୁଲତାନିଆ ଓ କକ୍ସକଲୋନୀ ରେ ମୋହିତ ଠକ୍କର , ପପ୍ପୁ ଜେନ ,ନିଲମ କୋଠାରୀ ତଲିଭଟ୍ଟା ଠାରେ ରୁବିନା ଖାଁ, ମହମ୍ମଦ ନାସିର , ଦୀପା ବହିଦାର ପ୍ରଭୁତି ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done